ଆସିକା(ରତ୍ନଗିରି ନ୍ୟୁଜ) : ଆଜି ସକାଳେ ଆସିକା କାଳଷଣ୍ଢପୁର ଛକ ନିକଟରେ ଗଜପତି ଜିଲ୍ଲା ର ଅଡବା ରୁ ଏକ ଧଳା ରଙ୍ଗର ଗଞ୍ଜେଇ ଭର୍ତ୍ତି ବୋଲେରୋ ନମ୍ବର OR-12A-3151 କୋଦଳା ଥାନା ଛଚିନା ଗ୍ରାମର ଜୈନିକ ବ୍ୟବସାୟ ଙ୍କ ପାଖକୁ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଅଧିକାରୀ ଗୀତାଞ୍ଜଳି ସାହୁ ସଦଳବଳେ ଚଢ଼ାଉ କରିଥିଲେ ।ଚଢ଼ାଉବେଳେ ବୋଲେରୋରୁ 100 କେଜି ଗଂଜେଇ ଜବତ କରିବା ସହ ଅଡବା ଗ୍ରାମର ମାତାଲ ଲିମା ବୟସ 21, ମହେନ୍ଦ୍ର କୋରତା ବୟସ 22କୁ ଅବକାରୀ ବିଭାଗ ଗିରଫ କରିଛି ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ 17ଲକ୍ଷ ଟଙ୍କା ହେବ।ପ୍ରକାଶ ଥାଉକି କଟକ ଫ୍ଲାଇଙ୍ଗ ସ୍କ୍ୱାଡ଼ ଓ ଛତ୍ରପୁର ଜିଲ୍ଲା ସ୍କ୍ୱାଡ଼ ଆସିକା କାଳଷଣ୍ଢପୁର ଠାରୁ 100କେଜି ଗଞ୍ଜେଇ ଧରିବାରେ ସଫଳ ହୋଇଥିଲା ବେଳେ ଖୋଦ କାଳଷଣ୍ଢପୁର ଠାରେ ଅବକାରୀ ବିଭାଗ ଥାନା ଓ ଅବକାରୀ ନିରୀକ୍ଷକ କାର୍ଯ୍ୟାଳୟ ଥିଲା ବେଳେ ସେମାନଙ୍କ ପାଖରେ କୌଣସି ସୂଚନା ରହୁନଥିବା ସମସ୍ତ ଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି.ଗଞ୍ଜାମ ଜିଲ୍ଲାର ମୁଖ୍ୟ କେନ୍ଦ୍ରସ୍ଥଳି କାଳଷଣ୍ଢପୁର ଛକ ଏହି ଛକ ଦେଇ ପଡୋଶୀ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ଜାନବାହନ ରେ କୋଟିକୋଟି ଟଙ୍କାର ଗଞ୍ଜେଇ ପ୍ରତିଦିନ ଚାଲାଣ ହେଉଥିଲା ବେଳେ ଆସିକା କାଳଷଣ୍ଢପୁର ଅବକାରୀ ବିଭାଗ ଜାଣି ଶୁଣି ନିରବ ରହୁଥିବା ଅଞ୍ଚଳରେ ଅଭିଯୋଗ ହେଉଛି । କାଳଷଣ୍ଢପୁର ଅବକାରୀ ବିଭାଗ ରୁ ପୂର୍ବ ସୂଚନା ଗଞ୍ଜେଇ ମାଫିଆ ମାନଙ୍କୁ ପ୍ରଦାନ କରୁଥିବା ଅଭିଯୋଗ ହେଉଛି ମଧ୍ୟ କିଛି ସୁଚନା ଲୋକଙ୍କ ପାଖରେ ଥିବା ଶୁଣାଯାଉଛି।ଏହି ଅବକାରୀ କାର୍ଯ୍ୟାଳୟରେ କିଛି ଅଧିକାରୀ ଓ କର୍ମଚାରୀଙ୍କ ଦୀର୍ଘ ବର୍ଷ ଧରି ଆଡ୍ଡା ଜମେଇ ରହିଛନ୍ତି ଫଳରେ ଏହି କାରବାର କମିବାରେ ନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।
ରିପୋର୍ଟ :- ରଂଜିତ କୁମାର ପୋଲାଇ
Related Stories
November 3, 2024
November 3, 2024