ବରୀ (ରତ୍ନଗିରି ନ୍ୟୁଜ) :-ଯାଜପୁର ଜିଲ୍ଲା ବରୀ ବ୍ଲକ୍ର ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱ ରଂଜନ ମଲ୍ଲିକ ଉଭୟ ବିଜେଡି ଦଳରେ ସାମିଲ ହେବା ପରେ ଏଠାରେ ବିରୋଧି ସଂଖ୍ୟା ହ୍ରାସ ହୋଇଥିବା ରାଜନୈତିକ ସମାଲୋଚକମାନେ କୁହନ୍ତି । ଠିକ୍ ଏତିକି ବେଳେ ବରୀର ୪ଟି ଜୋନ୍ ମଧ୍ୟରୁ ବିଧାୟିକା ଓ ବିଶ୍ୱରଂଜନ ଉଭୟ ଦୁଇ ଦୁଇଟି କରି ବାଣ୍ଟି ନେଇଥିବାବେଳେ ୪ଟି ଯାକ ଜୋନ୍ରେ ଜିତିବା ଏକରକମର ଥୟ ବୋଲି ଦଳୀୟ ନେତା ଓ କର୍ମୀମାନେ ଖୋଲାଖୋଲି ଦାବି କରୁଛନ୍ତି ।
ତେବେ ବରୀର ୪ଟି ଜୋନ ମଧ୍ୟରୁ ଚର୍ଚ୍ଚାରେ ରହିଆସିଥିବା ୨୧ ନଂ ଜୋନ୍ ଚଳିତ ନିର୍ବାଚନରେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏହି ଜୋନ୍ରୁ ବିଜେଡିର ପ୍ରାର୍ôଥ ହୋଇଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଥିବା ଅଶୋକ କୁମାର ସାମଲ । ବରୀ ନିର୍ବାଚନ ମଣ୍ଡଳୀ ନୁହେଁ ଯାଜପୁର ଜିଲ୍ଲାରେ ଅଶୋକ ସାମଲ ପରିବର୍ତ୍ତେ ସେ ବାବୁଆ ନାଁରେ ବେଶ ପରିଚିତ । ଏହି ଯୁବ ନେତୃତ୍ୱ ବରୀ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଦାୟିତ୍ୱରେ ମଧ୍ୟ ରହିଛନ୍ତି । ୨୦୧୨ରେ ବରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଥିବା ଶ୍ରୀ ସାମଲ ଗତ ୨୦୧୭ରେ ୨୧ ନଂ ଜିଲ୍ଲା ପରିଷଦ ଜୋନରୁ ଦଳୀୟ ପ୍ରାର୍ôଥ ହୋଇ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ତାଙ୍କ ନେତୃତ୍ୱ ଉପରେ ଦଳ ଆସ୍ଥା ପ୍ରକଟ କରି ପୁଣି ଥରେ ତାଙ୍କୁ ପ୍ରାର୍ôଥ କରିଥିବାବେଳେ ଶୁକ୍ରବାର ନିଜର ଜନ୍ମ ଦିନ ଅବସରରେ ପ୍ରଚାର ମଇଦାନକୁ ନିଆରା ଢଙ୍ଗରେ ଓହ୍ଲାଇଛନ୍ତି । ଘରକୁ ଘର ବୁଲି ସେ ନିଜ ସପକ୍ଷରେ ଓ ଦଳୀୟ ସର୍ମଥିତ ପ୍ରାର୍ôଥଙ୍କୁ ବିଜୟୀ କରାଇବା ପାଇଁ ପ୍ରଚାର କରୁଥିବାବେଳେ ସମସ୍ତଙ୍କ ନିକଟରେ ତାଙ୍କୁ ଆଉ ପରିଚୟ ଦେବାକୁ ପଡୁନି । ସେ ଯେଉଁଠିକି ଯାଉଛନ୍ତି ସବୁଠି ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ମିଳୁଛି । ସବୁ ସମୟରେ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ଠିଆ ହୋଇ ସହଯୋଗ ହାତ ବଢାଇଥିବାରୁ ତାଙ୍କର ବିଜୟୀ ଆଶା ସବୁଠୁ ଉପରେ ରହିଛି । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଜନହିତକର କାର୍ଯ୍ୟ ସାଙ୍ଗକୁ ବିଧାୟିକା ସୁନନ୍ଦା ଦାସଙ୍କ ଦୃଢ ନେତୃତ୍ୱ ପ୍ରତି ଲୋକଙ୍କ ଭଲ ପାଇବା ରହିଛି । ତେଣୁ ପୁଣିଥରେ ମୋତେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବେ ବୋଲି ଶ୍ରୀ ସାମଲ କହିଛନ୍ତି ।