ବରୀ,୨୦l୧୧: ବିଶ୍ବ ପ୍ରସିଦ୍ଧ ବୌଦ୍ଧ ପୀଠ ରତ୍ନଗିରି ଠାରେ ଇଙ୍କମ୍ୟାନ ଆର୍ଟ ସେଣ୍ଟର ଯାଜପୁରର ମିଳିତ ସହଯୋଗରେ ଲର୍ଡବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଏକ ଚିତ୍ର ଓ ମୂର୍ତ୍ତିକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ ଗଙ୍ଗାଧର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବକୁ ବିଶିଷ୍ଟ ବୌଦ୍ଧ ଗବେଷକ ଡଃ ହରିଶ ଚନ୍ଦ୍ର ପୃଷ୍ଟି ଆନୁଷ୍ଠିକ ଭାବେ ଉଦ୍ଘାଟନ କରି ଉତ୍କର୍ଷତାର ରାଜ୍ୟ ଉତ୍କଳ (ଆଜିର ଓଡ଼ିଶା)ରେ ପ୍ରତିଭା ମାନଙ୍କର ଅଭାବ ନାହିଁ ସେମାନଙ୍କ କଳାର ବିକାଶ ପାଇଁ ଅଭିଭାବକ ମାନେ ଆକୃଷ୍ଟ ହୁଅନ୍ତୁ ଓ ସେମାନଙ୍କ ପିଲାଙ୍କୁ ମଧ୍ୟ ଏଥିରେ ସହଯୋଗ କଲେ ଓଡ଼ିଶା ବିଶ୍ବ ଦରବାରରେ ପ୍ରସିଦ୍ଧି ଅର୍ଜନ କରିପାରିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ୍ ସଙ୍ଗୀତକାର, ନିର୍ଦେଶକ ରଘୁନାଥ ନାୟକ ଯୋଗଦେଇ କଳା କ୍ଷେତ୍ରରେ ପ୍ରୋତ୍ସହନର ଅଭାବ ରହିଛି ସରକାର ଏଥିପ୍ରତି ନଜର ଦେଲେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ କଳା ପ୍ରତି ଆକୃଷ୍ଟ ହେବେ ବୋଲି ମତ ରଖିଥିଲେ। ଇଙ୍କମ୍ୟାନ ଆର୍ଟ ସେଣ୍ଟରର ନିର୍ଦ୍ଦେଶକ ପ୍ରିତମ ପ୍ରିୟ ଲୋଚନ, ଲର୍ଡବୁଦ୍ଧ ଆର୍ଟ ଗ୍ୟାଲେରୀ ଅଧ୍ୟକ୍ଷ ମୋନାଲିସା ଚୌଧୁରୀ, ଲର୍ଡବୁଦ୍ଧ ଆର୍ଟ ଗ୍ୟାଲେରୀ ଚିତ୍ରକଳା ପ୍ରଦର୍ଶନୀର ନିର୍ଦ୍ଦେଶକ ଦିବାକର ମଲ୍ଲିକ, ଆର୍ଟ ଆଣ୍ଡ ପେଣ୍ଟିଂ ଜିଲ୍ଲା ସଭାପତି ଅକ୍ଷୟ ବେଉରିଆ, କଳା ନିର୍ଦ୍ଦେଶକ କଳିଙ୍ଗକେଶରୀ ନାୟକ, ଚିତ୍ରଶିଳ୍ପୀ ପ୍ରଦୀପ ଶର୍ମା ପ୍ରମୁଖ ଯୋଗଦେଇ କଳାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରାୟ ୭୦ଜଣ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେବା ସହ ରତ୍ନଗିରି ପାହାଡ ଭ୍ରମଣରେ ଯାଇ ସେଠାରେ ଥିବା ବୁଦ୍ଧ ମୂର୍ତ୍ତି ଦେଖି ଚିତ୍ର ଆଙ୍କିଥିଲେ। ଉକ୍ତ ଚିତ୍ରକୁ ଆର୍ଟସେଣ୍ଟର ଠାରେ ପ୍ରଦର୍ଶିତ କରାଯାଇଥିଲା।
Related Stories
December 1, 2024
November 25, 2024