ବରୀ(ରତ୍ନଗିରି ନ୍ୟୁଜ):- ଓଡିଶାରେ କୈାଣସି ଡାକ୍ତରଖାନାର ସୁବର୍ଣ୍ଣ ଜୟନ୍ତୀ କଥା ଆମକୁ କେମିତି କେମିତି ଲାଗୁଥିଲେ ବି ସତ । ଇତି ମଧ୍ୟରେ ବରୀ ବ୍ଲକର ବାଲିଆ ଡାକ୍ତରଖାନାର ସୁବର୍ଣ୍ଣ ଜୟନ୍ତୀ ସରିଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ସୁବର୍ଣ୍ଣ ଜୟନ୍ତୀ କମିଟି ମେଡିକାଲ ଆରମ୍ଭରୁ ରହିଥିବା ଡାକ୍ତର କିମ୍ବା ଷ୍ଟାପ୍ ମାନଙ୍କୁ ସଭାକୁ ନିମନ୍ତ୍ରଣ ନକରି ସେମାନଙ୍କ ଘରେ ( ଓଡିଶାର କୋଣାନୁ କୋଣରେ ) ପହଁଚି ସେଠାରେ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ପରି ନିଆରା ଖବର ହସ୍ତଗତ ହୋଇଛି । ଏହି ଧାରାରେ ବଡଚଣା ଓ ବରୀ ପୂର୍ବରୁ ଗୋଟିଏ ନିର୍ବାଚନ ମଣ୍ଡଳୀ ଥିଲା ଓ ତତ୍କାଳିନ ବିଧାୟକ ମାନେଗାବିନ୍ଦ ସାମଲ ଏହି ବଲିଆ ସରକାରୀ ଡାକ୍ତରଖାନାକୁ ଶିଳାନ୍ୟାସ କରାଇଥିଲେ , ତେଣୁ ତାଙ୍କ ଘର ବଡଚଣା ରେ ପହଁଞ୍ଚି ସ୍ୱର୍ଗତ ମାନବାବୁଙ୍କ ସାନ ନାତି ଆଶୁତୋଷ ସାମଲଙ୍କୁ ସ୍ୱର୍ଗତ ସାମଲଙ୍କ ଉଦ୍ଦ୍ୟେଶ୍ୟରେ ଥିବା ମରଣୋତ୍ତର ସମ୍ମାନକୁ ପ୍ରଦାନ କରିଥିଲେ । ଏହା ପରେ ବାଲିଆ ମେଡିକାଲର ପୂର୍ବତନ ସୁନାମଧନ୍ୟ ଡାକ୍ତର ଯାହାଙ୍କ ସମୟରେ ଡାକ୍ତରଖାନା ଓ ଚିକିତ୍ସା କ୍ଷେତ୍ରରେ ଏକ ସୁବର୍ଣ୍ଣ ସମୟ ସୃଷ୍ଟି ହୋଇଥିଲା , ଡାକ୍ତର ନିରଂଜନ କରଙ୍କୁ (ବର୍ତ୍ତମାନ ପାଟକୁରା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ)ଅନୁଷ୍ଠାନ ତରଫରୁ ପୁଷ୍ପମାଲ୍ୟ , ସମ୍ବର୍ଦ୍ଧନା ପତ୍ର ଓ ଉପଢୈାକନ ଦିଆ ଯାଇ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛିା । ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକାରୀ କମିଟି ତରଫରୁ ଗୋପବନ୍ଧୁ ଦାସ, ନିମାଇଁ ରାୟ , କପିଳ ଚରଣ ସାମଲ, ମକର ଚରଣ ଘଡାଇ ଓ ଶରତ କୁମାର ଜେନା ସମାହିତ କରିଥିଲେ ।
Related Stories
December 1, 2024
November 25, 2024