ବରୀ(ରତ୍ନଗିରି ନ୍ୟୁଜ) – ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବରୀ ବ୍ଲକ୍, ପୁଣିଥରେ ଉପାଧ୍ୟକ୍ଷ ନିର୍ବାଚନରେ ଚର୍ଚ୍ଚାକୁ ଆସିଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବିଶ୍ୱ ରଂଜନ ମଲିକ୍ଙ୍କ ସର୍ମଥିତ ପ୍ରାର୍ଥୀ ଅଶୋକ କୁମାର ଗେଡି ହାତେଇ ଥିବାବେଳେ ବୁଧବାର ଅନୁଷ୍ଠିତ ଉପାଧ୍ୟକ୍ଷ ନିର୍ବାଚନରେ ବିଧାୟିକା ସୁନନ୍ଦା ଦାସଙ୍କ ସର୍ମଥିତ କୁମାରୀ ଅର୍ଚ୍ଚନା ମଲିକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ବରୀ ବ୍ଲକ୍ ସମ୍ମିଳନୀ କକ୍ଷରେ ବୁଧବାର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବିଧାୟିକାଙ୍କ ୧୩ ସମିତିସଭ୍ୟ/ସଭ୍ୟା ଓ ବିଶ୍ୱଙ୍କ ଶିବିରରୁ ରତଳାଙ୍ଗ ସମିତିସଭ୍ୟା ଅର୍ଚ୍ଚନା ମଲିକ ଏବଂ ବରୀ ସମିତିସଭ୍ୟ ସଞ୍ଜିବ କୁମାର ଜେନା ଉପସ୍ଥିତ ଥିଲେ । ତେବେ ବିଶ୍ୱଙ୍କ ଅନ୍ୟ ସମର୍ଥିତ ସମିତିସଭ୍ୟ/ସଭ୍ୟାମାନେ ଅନୁପସ୍ଥିତି ରହିଥିଲେ । ସମିତି ସଭ୍ୟା କୁମାରୀ ମଲିକ ଉପାଧ୍ୟକ୍ଷା ପଦବୀ ପାଇଁ ନାମାଙ୍କନ ପତ୍ର ଭରିଥିବାବେଳେ ବିଧାୟିକାଙ୍କ ସମର୍ôଥତ ସମସ୍ତ ସଭ୍ୟସଭ୍ୟାମାନେ ଅର୍ଚ୍ଚନାଙ୍କୁ ସମର୍ଥନ କରିଥିଲେ । ଅନ୍ୟ କୌଣସି ପ୍ରାର୍ଥିପତ୍ର ଦାଖଲ ହୋଇନଥିବାରୁ ନିର୍ବାଚନ ଅଧିକାରୀ ତଥା ରସୁଲପୁର ବିଡ଼ିଓ ଉମାକାନ୍ତ ପରିଡ଼ା ଅର୍ଚ୍ଚନାଙ୍କୁ ନିଦ୍ୱର୍ନ୍ଦରେ ଉପାଧ୍ୟକ୍ଷ ନିର୍ବାଚିତ ନେଇ ଘୋଷଣା କରିଥିଲେ । ପରେ ଏକ ବିଜୟ ଶୋଭାଯାତ୍ରାରେ ବିଧାୟିକା ନବନିର୍ବାଚିତା ଉପାଧ୍ୟକ୍ଷା ଓ ଅନ୍ୟ ସଦସ୍ୟମାନଙ୍କୁ ନେଇ ବରୀ ମାଉଣ୍ଡସ୍ଥିତ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ପହଞ୍ôଚଥିଲେ । ବରୀ ବ୍ଲକ୍ ବିଜେଡି ସଭାପତି କେଦାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ଶ୍ରୀମତୀ ଦାସ ବିଜେଡି ରାଜ୍ୟ ସମ୍ପାଦକ ବିଶ୍ୱ ରଂଜନ ମଲ୍ଲିକଙ୍କୁ କଡା ଭାଷାରେ ସମାଲୋଚନା କରି ବିଶ୍ୱ ରଂଜନ ଦଳକୁ ପଛରେ ଆସିଛନ୍ତି ସେ ଭସା ପୁଅ ଓ ଗେଞ୍ଜା ରୁଅ । ଗତକାଲି ସେ ଭିଡ଼ିଓରେ ଦଳୀୟ କଥା କହୁଥିବାବେଳେ ତାଙ୍କ ସମର୍ôଥତ ସଭ୍ୟମାନେ ଉପସ୍ଥିତ ନରହିବା ଦଳ ବିରୋଧି କାର୍ଯ୍ୟ ବୋଲି ବିଧାୟିକା କହିଥିଲେ ।
ତାଙ୍କ ଠାରୁ ଅଧ୍ୟକ୍ଷ ପଦ ଦେବା ପାଇଁ କହି ୩୦ଲକ୍ଷ ଟଙ୍କା ବିଶ୍ୱ ରଂଜନ ହାତେଇ ଥିଲେ ଓ ବିଭିନ୍ନ ପ୍ରକାର ନିର୍ଯାତନା ଦେବା ସହ ଭୟଭିତ୍ତ କରାଇଥିଲେ । ଯାହାଫଳରେ ସେ ନିଜର ମତ ସାବ୍ୟସ୍ତ କରିବା ପାଇଁ ସମର୍ଥ ହୋଇପାରିନଥିଲେ ବୋଲି କୁମାରୀ ମଲିକ କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଅଧ୍ୟକ୍ଷ ନିର୍ବାଚନରେ ବିଶ୍ୱ ରଂଜନଙ୍କ ସମର୍ôଥତ ପ୍ରାର୍ଥୀ ଅଶୋକ କୁମାର ଗେଡି ୧୬ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଧାୟିକାଙ୍କ ପ୍ରାର୍ଥୀନୀ ଜ୍ୟୋର୍ତିମୟୀ ବେହେରା ୧୩ ଖଣ୍ଡ ଭୋଟ ପାଇଥିଲେ । ଏଥିରେ ୬ଖଣ୍ଡ କମ୍ପାନିୟନ ଭୋଟ୍ ହୋଇଥିବାରୁ ସେ ନେଇ ପ୍ରତିଦ୍ୱନ୍ଦି ଅଧ୍ୟକ୍ଷାପ୍ରାର୍ôଥ ଶ୍ରୀମତୀ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲେ ।