ମାହାଙ୍ଗା (ରତ୍ନଗିରି ନ୍ୟୁଜ) :ମାହାଙ୍ଗା ବ୍ଲକ କୁହୁଣ୍ଡା ଗ୍ରାମର ୮ ବର୍ଷର ଶିଶୁର ଚିକିତ୍ସାରେ ବାଧକ ସାଜିଛି ଅର୍ଥ, କଟକ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ହେଉଥିବାବେଳେ ଏବେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଦିଲ୍ଲୀ କର୍କଟ ଚିକିତ୍ସା କେନ୍ଦ୍ରକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି, ସୂଚନା ଅନୁଯାୟୀ କୁହୁଣ୍ଡା ଗ୍ରାମର ଆକୁଳି ଚରଣ ପଳେଇଙ୍କ ପୁତ୍ର କ୍ଷିତିଶ କୁମାର ପଲେଇ (୮ ବର୍ଷ) ଖେଳ କୁଦ ବୟସରେ ଗ୍ରାସ କରିଛି ରକ୍ତ କର୍କଟ ରୋଗ, ଦୀର୍ଘ ଚାରିବର୍ଷ ହେବ ଏଥିରେ ପୀଡିତ ହୋଇ ଚିକିଶ୍ଚିତ ହେଉଛନ୍ତି, ଆକୁଳି ଗରିବ ଶ୍ରେଣୀର ହୋଇଥିବା ବେଳେ ଏକ ମାତ୍ର ପୁତ୍ର କ୍ଷିତିଶକୁ ଭଲ କରିବା ପାଇଁ ସର୍ବସ୍ବ ହରାଇ ସାରିଲେଣି, ଏବେ ଅଧିକ ଚିକିତ୍ସା ଆବଶ୍ୟକ, ଦିଲ୍ଲୀ ଯାଇ ଚିକିତ୍ସା କରିବାକୁ ହେଲେ ଦଶ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି, ତେଣୁ ପୁଅକୁ ଭଲ କରିବା ପାଇଁ ସେ ବଦାନ୍ୟ ବ୍ୟକ୍ତି ,ସ୍ବେତ୍ସାସେବୀ ଅନୁଷ୍ଠାନ, ସାଧାରଣ ଲୋକଙ୍କ ସହଯୋଗ ଲୋଡିଛନ୍ତି, ୧୦ଲକ୍ଷ ଟଙ୍କା ସହଯୋଗ ମିଳିଲେ ନିଷ୍ପାପ ଶିଶୁ କ୍ଷିତିଶ ଏହି ଆସାଧ୍ୟ କର୍କଟ ରୋଗରୁ ଭଲ ହୋଇପାରନ୍ତା, ଯଦି କେହି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କ ଅଫ ଇଣ୍ଡିଆ, କୁହୁଣ୍ଡା ଶାଖା, ଖାତା ନଂ ୫୫୮୮୧୦୪୧୦୦୦୧୦୬୯ ଆଇସିଏଫ୍ସି ନଂ BKID00005588 ରେ କିମ୍ବା ୭୭୪୯୯୪୪୩୬୨ ଫୋନପେ ନଂ ରେ ସହାୟତା ଅର୍ଥ ପଠାଇବାକୁ ତାଙ୍କ ପିତା ମାତା ଆକୁଳ ନିବେଦନ
Related Stories
November 9, 2024
November 9, 2024