ଉତ୍ତରପ୍ରଦେଶର ପୂର୍ବତନ ଆଇଏଏସ କ୍ୟାଡର ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ବାଚନ କମିଶନର ଦ୍ବାୟିତ୍ବ ପ୍ରଦାନ କରିଛନ୍ତି । 1984 ବ୍ୟାଚର ଆଇଏଏସ ଅଫିସର ଥିଲେ ଅନୁପ ଚନ୍ଦ୍ର ପାଣ୍ଡେ । ସେ ଆଉ ମଧ୍ୟ ଉତ୍ତରପ୍ରଦେଶର ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।
ଆଇନ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ରଙ୍କୁ ନିର୍ବାଚନ କମିଶନ ଭାବରେ ନିଯୁକ୍ତି ଦେଇଛନ୍ତି । ସୁନୀଲ ଅରୋରା ନିର୍ବାଚନ କମିଶନର ପଦରୁ ଏପ୍ରିଲ 12ରେ ଇସ୍ତଫା ଦେଇଥିଲେ । ତାଙ୍କ ପୂର୍ବରୁ ସୁଶୀଲ ଚନ୍ଦ୍ର ନିର୍ବାଚନ କମିଶନ ଥିଲେ । ସୁଶୀଲଙ୍କ ପୂର୍ବରୁ ରାଜୀବ କୁମାର ମୁଖ୍ୟ ନିର୍ବାଚନ ଆୟୋଗ ଥିଲେ ।
ଅନୁପ ଚନ୍ଦ୍ର ପାଣ୍ଡଙ୍କୁ ବର୍ତ୍ତମାନ (62) ବର୍ଷ ହୋଇଛି । ବୟସ ମାନଦଣ୍ଡ ନିୟମ ଅନୁଯାୟୀ 2024 ଫେବୃଆରୀରେ 65ବର୍ଷରେ ପଦାପର୍ଣ କରିବେ ଅନୁପ ଚନ୍ଦ୍ର ପାଣ୍ଡେ । 1959 ଫେବୃଆରୀ 15 ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନୁପ ଚନ୍ଦ୍ର ପାଣ୍ଡେ । 6 ବର୍ଷ ଯାଏ ସେ ନିର୍ବାଚନ କମିଶନର ଦାୟିତ୍ବ ତୁଲାଇବେ l