ବରୀ(ରତ୍ନଗିରି ନ୍ୟୁଜ) :- ଯାଜପୁର ଜିଲ୍ଲା ବରୀ ବ୍ଲକ୍ର ଅନ୍ୟତମ ପୁରାତନ ଶିକ୍ଷାକେନ୍ଦ୍ର ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟବିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗୁରୁବାର ଦିନ ଉଦ୍ଘାଟିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଆର ଅଧିଷ୍ଠାତ୍ରି ଦେବୀ ମା ଜାଗୁଳାଇଙ୍କ ପୀଠରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କ୍ରୀଡ଼ା ମଶାଲକୁ ଖେଳ ପଡିଆ ପର୍ଯ୍ୟନ୍ତ ଅଣାଯାଇଥିଲା । ମଶାଲ ପହଁଞ୍ôଚବା ପରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଜିତେନ୍ଦ୍ର ଦାଶ ଏହାକୁ ସ୍ୱାଗତ କରି ଶିକ୍ଷାଦାନ ସହ କ୍ରୀଡାକୁ ନିୟମିତ ଭାବେ ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଅଭ୍ୟାସ କରିବା ଉଚିତ । ଏହା ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିବ ।

ତେଣୁ କ୍ରୀଡ଼ା ପ୍ରତି ବିଦ୍ୟାର୍ôଥମାନେ ଆଗ୍ରହି ହେବାସହ ଅଧିକରୁ ଅଧିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅନୁଷ୍ଠାନ ନାଁକୁ ଗୌରବାନ୍ୱିତ କରିବା ଉଚିତ୍ ବୋଲି ଆନୁଷ୍ଠାନିକ ଭାବେ ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରି କହିଥିଲେ । ବାର୍ଷିକ କ୍ରୀଡାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ସାମଲ ପରିଚାଳନା କରିଥିବାବେଳେ ଅଧ୍ୟାପକ ଅଭିନ୍ନ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ପବିତ୍ର କୁମାର ସାମନ୍ତରାୟ, ନିମାଇଁ ଚରଣ ଲେଙ୍କା, ମନ୍ମଥ କୁମାର ଜେନା, ବିହାର ରଂଜନ ଦାସ, ପ୍ରମୋଦ କୁମାର ମୁଦୁଲି, ଗୁଣନିଧି ଜେନା


ସୁଧାଂଶୁ ଶେଖର ବାଗ, ରଂଜନ କୁମାର ମହାନ୍ତି, ପ୍ରମୋଦ ଦାସ, ରଶ୍ମିତା ସାହୁ, ମନ୍ଦାକିନ୍ ସାମନ୍ତରାୟ, ଶୃତି ପଟ୍ଟନାୟକ, ଶୁଭଶ୍ରୀ ଦାସ, ଏବଂ କର୍ମଚାରୀ ପ୍ରମୋଦ କୁମାର ଜେନା,ନିହାର ରଞ୍ଜନ ଜେନା , ଚିତ୍ତରଂଜନ ସାମଲ, ସୁରେଶ ରଥ, ସୁକାନ୍ତ ଜେନା, ବଙ୍ଗାଳି ଚରଣ ବାରିକ,ମାଧବାନନ୍ଦ ସାହୁ, ମନୋରଞ୍ଚନ ଜେନା, ରିନୁଲତା ପ୍ରଧାନ ଓ ଅନିତା ଦଳେଇ ପ୍ରମୁଖ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିôବାବେଳେ ଏହା ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

