ଦଶରଥପୁର (ରତ୍ନଗିରି ନ୍ୟୁଜ ): ନାରାୟଣ ଚନ୍ଦ୍ର ମଲ୍ଲିକ ସ୍ମୃତି ସଂସଦ, କଟିକଟା ପକ୍ଷରୁ ଅନୁଷ୍ଠାନର ବାର୍ଷିକ ସମାରୋହ, ବସନ୍ତ ମିଳନ, ଆଲୋଚନା ଚକ୍ର, କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଯାଜପୁର ଆଇ.ଟି.ଆଇ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ସ୍ଥାୟୀ ସଭାପତି ଅଧ୍ୟାପକ ଡ଼କ୍ଟର ଦାମୋଦର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଲେଖକ ସମ୍ମିଳନୀର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରସନ୍ନ ରାଉତ ଓ ବିଶିଷ୍ଟ କବି ଡ଼କ୍ଟର ଶ୍ରୀହରି ଧଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସାହିତ୍ୟିକମାନେ ମନକୁ ଛୁଇଁ ପାରୁନଥିବା ଅନେକ ଲେଖା ଲେଖିବା ଅପେକ୍ଷା ମନଛୁଆଁ ଅଳ୍ପ ଲେଖା ଲେଖନ୍ତୁ l ଯାହା ଦ୍ୱାରା ପାଠକୀୟ ଶ୍ରଦ୍ଧା ବଢିବା ସହ ଆମ ଭାଷା ସାହିତ୍ୟ ସମୃଦ୍ଧ ହେବ ବୋଲି ମତାବ୍ୟକ୍ତ କରିଥିଲେ l

ଅନୁଷ୍ଠାନର ସଭାପତି ପ୍ରଭାତ କୁମାର ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ବେଦପାଠ କରିଥିଲେ l ଅନୁଷ୍ଠାନ ପକ୍ଷରୁ ଏହି ଅବସରରେ ବରିଷ୍ଠ ସାମ୍ବାଦିକ ମାନସ କୁମାର ଜେନା, ରବି ନାରାୟଣ ବିଶ୍ୱାଳ, ଅଜିତ କୁମାର ରଣା, ଅବସରପ୍ରାପ୍ତ ନୌସେନା ଅଧିକାରୀ ପରମାନନ୍ଦ ସାହୁ, କବି ନିରଞ୍ଜନ ପତିଙ୍କୁ ମାନପତ୍ର ସହ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ଶେଷରେ ମନୋଜ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ l

ପ୍ରଥମ ଅଧିବେଶନରେ ସାହିତ୍ୟିକ ଡ଼କ୍ଟର ସତ୍ୟ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଉଦଘାଟକ ଭାବେ ଯୋଗ ଦେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ତଥା ସାହିତ୍ୟିକ ଡାକ୍ତର ରାଜ କିଶୋର ପଣ୍ଡା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ବରଣ୍ୟ ଅତିଥି ଭାବେ ବିଷ୍ଣୁ ଚରଣ ସାହାଣୀ ଯୋଗ ଦେଇଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅନୁଷ୍ଠାନର ସମ୍ପାଦକ ପ୍ରଭାତ କୁମାର ମଲ୍ଲିକ ପ୍ରଦାନ କରିଥିଲେ l କବି ଜିତେନ୍ଦ୍ର କୁମାର ବେହେରା, ଅମ୍ରିତା ସିଂହ ଓ ବନସ୍ମିତା ପଣ୍ଡାଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିବା ବେଳେ ସନ୍ତୋଷ କୁମାର ବେଉରିଆ ବେଦପାଠ କରିଥିବା ବେଳେ l କବି ଚନ୍ଦ୍ରଶେଖର ସାହୁ, ଶିଶିର କୁମାର ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ବନିତା ବେହେରା, ବନସ୍ମିତା ପଣ୍ଡା, ଅମ୍ରିତା ସିଂହ, ସଂଗ୍ରାମ କୁମାର ସାହୁ, ସୁଦର୍ଶନ ସାହୁ, ଡାକ୍ତର ରାଜ କିଶୋର ପଣ୍ଡା,

ରଂଜିତା ଦାସ, ସନ୍ତୋଷ କୁମାର ବେଉରିଆ, ବିଷ୍ଣୁ ଚରଣ ସାହାଣୀ, ମଣ୍ଟୁ ବଳବନ୍ତରାୟ, ଅମ୍ବିକା ପ୍ରସାଦ ସାମଲ, ସୁରେନ୍ଦ୍ର ସାହୁ, ନିରଞ୍ଜନ ପତି, ରମାକାନ୍ତ ନାୟକ, ମନୋଜ କୁମାର ରାୟ, ମଧୁଲିତା ସାହୁ, ଖଗେଶ୍ୱର ସାହୁ, ଜିତେନ୍ଦ୍ର କୁମାର ବେହେରା, ଭାରତ ଭୂଷଣ, ଡ଼କ୍ଟର ଅଜୟ କୁମାର ଜେନା, ପ୍ରଭାତ କୁମାର ମଲ୍ଲିକ, ସୁବ୍ରତ ମଲ୍ଲିକ, ଶିଶିର ପଣ୍ଡା, ସରସ୍ବତୀ ପଣ୍ଡା, ଅଜିତ କୁମାର ରଣା, ଭାରତୀ ସାହୁ, ରଞ୍ଜନ କୁମାର ମଲ୍ଲିକ,ନିତ୍ୟାନନ୍ଦ ମହାନ୍ତି, ମଧୁଲିତା ଦାଶ, ଯଯାତି ସାହୁ, ବାଇଧର ମାଝୀ, ଅକ୍ଷୟ କୁମାର ବାରିକ, ମନୋଜ କୁମାର ନାଥ, ପ୍ରଦୀପ୍ତ କୁମାର ଦାସ, ନାରାୟଣ ଚନ୍ଦ୍ର ମହାଳିକଙ୍କ ସମେତ ପଚାଶ ରୁ ଉର୍ଦ୍ଧ କବି ସେମାନଙ୍କ କବିତା ପାଠ କରିଥିଲେ l




