ବରୀ,(ରତ୍ନଗିରିନ୍ୟୁଜ) ୧୭/୧୧: ଜୟ ଜଗନାଥ ସଂକୀର୍ତନ କଳା ପରିଷଦର ବାର୍ଷିକ ଆଲୋଚନା ଚକ୍ର ଗୁରୁବାର ସକାଳ ୧୧ ଘଟିକା ସମୟରେ ଅଭିମନ୍ୟୁ ସମନ୍ତସିଂହାର ସ୍ମୃତି ପୀଠ ପରିସରରେ ନୀଳମଣି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଆଗାମୀ ଦିନରେ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିବା ବିଭିନ୍ନ ସଂକୀର୍ତନ ମଣ୍ଡଳୀ ମାନଙ୍କୁ ବାଦ୍ୟଯନ୍ତ୍ର ପ୍ରଦାନ କରିବା ପାଇଁ ମାନ୍ୟବର ବିଧାୟିକା ସୁନନ୍ଦା ଦାସଙ୍କୁ ନିବେଦନ କରି ଏକ ଦାବି ପତ୍ର ପଠା ଯିବାକୁ ସ୍ଥିର କରାଗଲା l ଅନ୍ୟ ଏକ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ପକ୍ଷରୁ କଳାକାର ମାନଙ୍କୁ ଦିଆ ଯାଉଥିବା ମାସିକ ଭତ୍ତା ବାରଶହ ଟଙ୍କାରୁ ବୃଦ୍ଧି କରି ତିନି ହଜାର ଟଙ୍କା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପଠା ଯିବାକୁ ଉକ୍ତ ବୈଠକରେ ସ୍ଥିର କରାଗଲା l ସଂଘର ଆବାହକ ନାଟବର ସୂଚନା ମୁତାବକ ଚଳିତ ମାସ ୨୭ ତାରିଖ ଦିନ ବରୀ ବ୍ଲକ କାର୍ଯ୍ୟାଳୟ ନିକଟ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଂଘର ଏକ ପାରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ l ଅନ୍ୟମାନଙ୍କ ମଧ୍ୟରେ ମନମୋହନ ଯେନା, ଉପେନ୍ଦ୍ର ବାରିକ, ଅଜୟ ଦାସ, ବିପିନ ବିହାରୀ ରାଉତ, ଶ୍ରୀଧର ମହଲ, ହୃଦାନନ୍ଦ ଦାସ, ଗୋବର୍ଧନ ମଳିକ, ଭିକାରି ମଲିକ, ଶୁକଦେବ ଦାସ ପ୍ରମୁଖ ଉପସ୍ଥିତ ଥିଲେ l
Related Stories
December 1, 2024
November 25, 2024