ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ଅଙ୍ଗାଳୋ ସରପଞ୍ଚ ଶକୁନ୍ତଳା ମଲ୍ଲିକ

ବରୀ-(ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅଙ୍ଗାଳୋ ପଂଚାୟତ ସରପଞ୍ଚ ଶକୁନ୍ତଳା ମଲ୍ଲିକଙ୍କ ଅନାସ୍ଥା ପ୍ରସ୍ତାବ ତାରିଖ ପ୍ରଶାସନ ତରଫରୁ ଧାର୍ଯ୍ୟ ହୋଇଥିବା ବେଳେ ସେ ଧାର୍ଯ୍ୟ ତାରିଖ ପୂର୍ବରୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ପଞ୍ଚାୟତରେ ମୋଟ ୧୪ ଜଣ ୱାର୍ଡ ସଭ୍ୟା,ସଭ୍ୟ ନିର୍ଵାଚିତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୮ ଜଣ ୱାର୍ଡ ସଭ୍ୟା/ସଭ୍ୟ ପଞ୍ଚାୟତ ର ମାସିକ ବୈଠକରେ ବାରମ୍ବାର ନୋଟିସ ସତ୍ତ୍ୱେ ଯୋଗ ନ ଦେବାରୁ ଜିଲ୍ଲାପାଳ ସେମାନଙ୍କୁ ନିଜ ପଦବୀରୁ ଅଯୋଗ୍ୟ ଘୋଷଣା କରିଥିଲେ।ମାତ୍ର ପରବର୍ତ୍ତୀ ସମୟରେ ପଞ୍ଚାୟତକୁ ସରକାରଙ୍କ ତରଫରୁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନରାଶିର ଦୁରୂପଯୋଗ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ କରିବା କ୍ଷେତ୍ରରେ ସରପଞ୍ଚ ଶ୍ରୀମତୀ ମଲ୍ଲିକ ପ୍ରତିବନ୍ଧକ ସୃଷ୍ଟି କରିବାରୁ ତାଙ୍କ ବିରୁଦ୍ଧରେ ଅବଶିଷ୍ଟ ୬ ଜଣ ୱାର୍ଡ ସଭ୍ୟା/ସଭ୍ୟ ନ୍କ ମଧ୍ୟରୁ ୪ ଜଣ ଜିଲ୍ଲା କାର୍ଯ୍ୟାଳୟରେ ଅନାସ୍ଥା ପାଇଁ ଲିଖିତ ଭାବେ ଅଭିଯୋଗ କରିଥିଲେ।ୱାର୍ଡ ସଭ୍ୟା/ସଭ୍ୟ ଙ୍କ ଲିଖିତ ଅଭିଯୋଗ କୁ ଭିତ୍ତି କରି ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ପାଇଁ ସମୟ ଓ ତାରିଖ ଧାର୍ଯ୍ୟ ହେବା ପରେ ଆଇନ ଶୃଙ୍ଖଳା କୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା।ମାତ୍ର ଅନାସ୍ଥା ଭୋଟ ପୁର୍ବରୁ ସରପଞ୍ଚ ନ୍କ ଇସ୍ତଫା ବରୀ ବ୍ଲକ ରେ ରାଜନୈତିକ ପାଣିପାଗ କୁ ଉଷ୍ମ କରିଛି।ଇସ୍ତଫା ପରେ ସରପଞ୍ଚ ଶକୁନ୍ତଳା ମଲ୍ଲିକ ମଲ୍ଲିକ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ତାଙ୍କର ମତାମତ ନିଆଯାଇ ପାରି ନାହିଁ।ଅପରପକ୍ଷରେ ବରୀ ବିଡ଼ିଓ ଅସିତ କୁମାର ମହାନ୍ତି କହିଛନ୍ତି ଆଜି ସରପଞ୍ଚ ଶକୁନ୍ତଳା ମଲ୍ଲିକ ତାଙ୍କ ଇସ୍ତଫା ପତ୍ର ବ୍ଲକ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *