ଯାଜପୁର (ରତ୍ନଗିରି ନ୍ୟୁଜ):- ଜିଲ୍ଲାର ଅଗ୍ରଣୀ ଥିଏଟର ଅନୁଷ୍ଠାନ ଅନ୍ଵେଷଣ ଗ୍ରୁପ ପକ୍ଷରୁ ସ୍ଥାନୀୟ ଉପେନ୍ଦ୍ର କୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ଏକ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର ଚଣ୍ଡିଖୋଲ ର ସାଇ ନେତ୍ର ମନ୍ଦିର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମକୁ ବିଚିତ୍ରପୁର ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୀବ କୁମାର ସାହୁ, ସ୍ଥାନୀୟ ସମାଜସେବୀ ଦେବାଶିଷ ପଣ୍ଡା,ବରିଷ୍ଠ କଳାକାର ନଟବର ଜେନା, ସାମ୍ବାଦିକ ହରିହର ସ୍ୱାଇଁ, ତପନ ମହାରଣ୍ୟଶର୍ମା , ଅନିଲ ପଣ୍ଡା ସୁରେଶ କର , ଅଭିମନ୍ୟୁ ମିଶ୍ର ,ବୃନ୍ଦାବନ ମିଶ୍ର ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ପଣ୍ଡିତ ଭୂପତି ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସ୍ଥାନୀୟ ଅଞ୍ଚଳରୁ ବହୁ ବୃଦ୍ଧ ଓ ବୃଦ୍ଧା ମାନେ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ । ଚିହ୍ନଟ ହୋଇଥିବା ସମସ୍ତ ମୋତିଆ ବିନ୍ଦୁ ରୋଗୀ ଙ୍କ ଅସ୍ତ୍ରପ୍ରଚାର ବିନା ମୂଲ୍ୟରେ କରାଯିବ ବୋଲି ସାଇ ନେତ୍ର ପକ୍ଷରୁ କୁହାଯାଇଛି ।ସୂଚନା ଅନୁଯାୟୀ ଅନ୍ଵେଷଣ ପକ୍ଷରୁ ଚଳିତ ମାସ ୬ ତାରିଖ ରେ ପଣସ। ଓ ୭ ତାରିଖ ବେରୂଦା ପଞ୍ଚାୟତ ରେ ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରୁ ମୋଟ ୪୫ ଜଣ ରୋଗୀଙ୍କର ଅସ୍ତ୍ରପ୍ରଚାର ସଫଳ ଭାବେ ସମ୍ପାଦନ ହୋଇଥିବା ଜଣାପଡିଛି ।
ଖବର ମୁତାବକ ଏହି କାର୍ଯ୍ୟକ୍ରମରେ ଅନ୍ଵେଷଣ ପକ୍ଷରୁ ଇଛମୟୀ ଧଳ, ପ୍ରତ୍ୟୁଷ ମହାନ୍ତି, ସ୍ୱାତି ପଣ୍ଡା , ଶ୍ରୀକାନ୍ତ ସାହୁ, ଚିନ୍ମୟୀ ନାୟକ, ସମର୍ଜିତ ମହାନ୍ତି, ଧନଞ୍ଜୟ ପୃଷ୍ଟି, ଉପେନ୍ଦ୍ର ଜେନା, ଭରତ ବେହେରା, ଗୋପାଳ ବେହେରା ,ମୃତ୍ୟୁଞ୍ଜୟ ସାହୁ, ଧନଞ୍ଜୟ ନାୟକ ,ଅଚ୍ୟୁତାନନ୍ଦ ସ୍ୱାଇଁ ଙ୍କ ସହ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ଅନିଲ କୁମାର ଜେନା ଓ ସାଂଗଠାନିକ ସମ୍ପାଦକ ବୈଦ୍ୟନାଥ ପଣ୍ଡା ସଂଯୋଜନା କରିଥିଲେ।
ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ କାର୍ଯ୍ୟକ୍ରମ ର ସୁଦୁରି ପ୍ରସାରଣ ଦାଇତ୍ୱ ନିର୍ବାହ କରିଥିଲେ।
Related Stories
October 2, 2024