ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) :- ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ଏଥି ନେଇ ଚୂଡାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛି ପଞ୍ଚାୟତିରାଜ ବିଭାଗ । ରାଜ୍ଯରେ 2022ରେ ହେବାକୁ ଥିବା ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଭୋଟର୍ ତାଲିକା ପ୍ରସ୍ତୁତି ସହ ନିର୍ବାଚନ ପ୍ରକ୍ରିୟା ବାବଦରେ ବୈଠକରେ ଆଲୋଚନା ହେବ।
ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ l କଂଗ୍ରେସ କହିଛି ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚ ସବୁ ନିଷ୍ପତ୍ତି ନେବାର କ୍ଷମତା ରହିଛି। କିନ୍ତୁ ସରକାର ସରପଞ୍ଚଙ୍କ ହାତରୁ କ୍ଷମତା କାଢ଼ି ନେଇଥିବା ଅଭିଯୋଗ କରିଛି କଂଗ୍ରେସ। ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାରେ ପକ୍ଷପତିତା କରାଯାଇଥିବା କଂଗ୍ରେସ ଆରୋପ ଆଣିଛି । ଆଜି ସର୍ବଦଳୀୟ ବୈଠକରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ।
ସେହିପରି ବିଜେପି କହିଛି ତରବରିଆ ଭାବେ ସଂରକ୍ଷଣରେ ଭୁଲ ନିଷ୍ପତ୍ତି ନିଆଯାଇଛି । ଏହା ଉପରେ ଜବାବ ରଖି ବିଜେଡି କହିଛି, ଯାହା ନିର୍ବାଚନ କମିଶନଙ୍କ ପରିଧି ଭିତରେ ଆସୁଥିବ ସେ ନେଇ ବୈଠକରେ ଆଲୋଚନା ହେବ। ଅଧିକ ନୂଆ ଭୋଟର କିଭଳି ତାଲିକାରେ ଯୋଡ଼ି ହେବେ ତା ଉପରେ ଗୁରୁତ୍ବ ଦିଆଯିବ। ସଂରକ୍ଷଣ ଓ ଡିଲିମିଟେସନ୍ ନେଇ ବିରୋଧୀ କରୁଥିବା ଅଭିଯୋଗ ଭିତ୍ତିହୀନ ବୋଲି ବିଜେଡି କହିଛି ।