ବରୀ (ରତ୍ନଗିରି ନ୍ୟୁଜ) : ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼କ୍ଟର ଵାଲାସାହେବ ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି l ମଙ୍ଗଳବାର ଦିନ ଆମ୍ବେଦକର ବିକାଶ ମଞ୍ଚ ତରଫରୁ ବରୀ ବ୍ଲକ ଅନ୍ତର୍ଗତ ଚଟୁମାରୀ ପଡିଆ ଠାରେ ଦୁର୍ୟୋଧନ ଦଳାଇଙ୍କ ସଭାପତିତ୍ୱରେ ଏକ ସମାବେଶର ଆୟୋଜନ କରାଯାଇଥିଲା l ଉକ୍ତ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ସମ୍ବିଧାନ ପ୍ରଣୟନ କ୍ଷେତ୍ରରେ ତାଙ୍କର ଦୁରଦୃଷ୍ଟି ଯୋଗୁ ଆଜି ଭାରତବର୍ଷ ବିଶ୍ୱରେ ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚୟ ଲାଭ କରି ପାରିଛି l ସମ୍ମାନୀତ ଅତିଥିଭାବେ ଯାଜପୁର ଜିଲ୍ଲାପରିଷଦ ଅଧକ୍ଷା ନଳିନୀ ପ୍ରଭା ଯେନା ଯୋଗଦେଇ ଆମ୍ବେଦକର କେବଳ ଦଳିତମାନଙ୍କ ନିମନ୍ତେ ନୁହେଁ ପଛୁଆ ବର୍ଗ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା ଲୋକମାନେ କିଭଳିଭାବରେ ସାମାଜିକ କ୍ଷେତ୍ରରେ ସାମିଲ ହୋଇପାରିବେ ସେ କ୍ଷେତ୍ରରେ ତାଙ୍କର ଉଦ୍ୟମ ଯୋଗୁ ସେ ଭାରତରତ୍ନ ଭଳି ସମ୍ମାନ ପାଇବାକୁ ବିବେଚିତ ହୋଇଥିଲେ l ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ,ବିନୋଦ ମାଝୀ,ଡ଼ ରମାକାନ୍ତ ମଲିକ,ବରୀ ବ୍ଲକ ଉପାଧ୍ୟାକ୍ଷା ଅର୍ଚ୍ଚନା ମଲିକ,ସ୍ଥାନୀୟ ସରପଞ୍ଚ ପ୍ରଭାତୀ ପଲେଇ, ସମିତି ସଭ୍ୟା ତନୁଜାରାଣୀ ତ୍ରିପାଠୀ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ବ୍ଲକ ବିଜେଡି ସଭାପତି କେଦାର ସାମଲ, ଦୁଷ୍ମନ୍ତ ସେଠି,ରମାକାନ୍ତ ମଲିକ,କେଦାରେଶ୍ୱର ମଲିକ ପ୍ରମୁଖ ଯୋଗଦେଇଥିଲେ l
Related Stories
December 9, 2024
December 1, 2024