ବିକଳ୍ପ ଓଡିଶା’ ସଭାପତି କୈଳାଶ ମିଶ୍ର କଂଗ୍ରେସରେ ମିଶିଲେ

ଭୁବନେଶ୍ୱର, (ରତ୍ନଗିରି ନ୍ୟୁଜ) :- କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ପ୍ରଭାବିତ ହୋଇ ଦଳରେ ଯୋଗଦେବା ଧାରା ଅବ୍ୟାହତ ରହିଛି। ଶନିବାର ମଧ୍ୟାହ୍ନରେ ‘ବିକଳ୍ପ ଓଡିଶା’ ସଭାପତି କୈଳାଶ ମିଶ୍ର କଂଗ୍ରେସରେ ଯୋଗଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ ଏକ ସମାବେଶରେ ଶ୍ରୀ ମିଶ୍ର ଦୁଇଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆସି ଦଳରେ ମିଶିଛନ୍ତି। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମିଶ୍ର ସୂଚନା ଦେଇ କହିଥିଲେ, ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଏକ ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିଭାଉଛି। ବିଜେପି ୧୨% ଭୋଟ ଚୋରି କରିଥିବା ସ୍ପଷ୍ଟ ହୋଇଛି। ଅନ୍ୟ ପକ୍ଷରେ ବିଜେପି-ବିଜେଡି ମିଶି ଓଡିଶାର ଖଣିଜ ସମ୍ପଦ ଲୁଟ୍ କରୁଛନ୍ତି। ଆଜି କେବଳ ରାଜ୍ୟ ଓ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ କଂଗ୍ରେସରେ ଯୋଗ ଦେଉଛନ୍ତି। ଆଗକୁ ବ୍ଲକ୍ ସ୍ତରରେ ‘ବିକଳ୍ପ ଓଡିଶା’ର ଲକ୍ଷାଧିକ ଲୋକ କଂଗ୍ରେସର ଯୋଗଦେବେ।

କୈଳାଶ ମିଶ୍ରଙ୍କୁ ଦଳକୁ ସ୍ବାଗତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ରେଭେନ୍ସା କଲେଜ ଛାତ୍ରସଂସଦର ପୂର୍ବତନ ସଭାପତି, ଡିଏସଓର ପୂର୍ବତନ ସଭାପତି, ସମାଜବାଦୀ ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ଦେଶରେ ମାଇକ୍ରୋଫାଇନାନ୍ସ, ସ୍ବୟଂସହାୟକ ଗୋଷ୍ଠୀ ତଥା ସମବାୟ ଆନ୍ଦୋଳନର ଜଣେ ଜଣାଶୁଣା ପ୍ରବକ୍ତା ଯୋଗଦେବା ଦ୍ବାରା କଂଗ୍ରେସ ଦଳ ଆହୁରି ଶକ୍ତିଶାଳୀ ହେବ।

ଦଲକୁ ଶ୍ରୀ ମିଶ୍ରଙ୍କୁ ସ୍ବାଗତ କରି ଶ୍ରୀ ଲଲ୍ଲୁ କହିଥିଲେ, ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି।ମହାଦେବପୁରା ବିଧାନସଭା କ୍ଷେତ୍ରରେ ଭୋଟ ଚୋରିକୁ ରାହୁଲଜୀ ଧରାଇଦେବା ପରେ ସୃଷ୍ଟ ରାଜନୈତିକ ବାତାବରଣକୁ କଂଗ୍ରେସ ସପକ୍ଷରେ କରିବା ପାଇଁ ଶ୍ରୀ ମିଶ୍ରଙ୍କ ଯୋଗଦାନ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ଶ୍ରୀ ମିଶ୍ରଙ୍କୁ ସ୍ବାଗତ କରିଥିଲେ। ଏହି ସମାବେଶରେ ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା, ଏଆଇସିସି ଓଡିଶା ସଂପାଦକ ଶାହନୱାଜ ଚୌଧୁରୀ, ପିସିସି ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ‘ବିକଳ୍ପ ଓଡିଶା’ର ଅବଶିଷ୍ଟ କାର୍ଯ୍ୟକର୍ତ୍ତାଙ୍କୁ ଦଳରେ ମିଶାଇଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *