ବାଣପୁର(ରତ୍ନଗିରି ନ୍ୟୁଜ) :-ଜମି ଏମିତି ବି ବିକ୍ରି ହୋଇ ପାରେ l ବିକ୍ରେତାଙ୍କ ଅନୁପସ୍ଥିତିରେ ଜମି ବିକ୍ରି ହୋଇଗଲା l ଭାଇ ଜମିକୁ ନେଇଗଲା ଭାଇ l ଏମିତି ଘଟଣାକୁ କେମିତି ଜାଣି ପାରିଲେ ନାହିଁ ସବରେଜିଷ୍ଟ୍ରାର? ସବରେଜିଷ୍ଟ୍ରାର ଙ୍କ କାର୍ଯ୍ୟକଳାପ ଏବେ ସନ୍ଧେହ ଘେରରେ l ଜମି ବିକ୍ରି କରିବା ପାଇଁ ବିକ୍ରି ହୋଇଗଲେ କି ସବରେଜିଷ୍ଟ୍ରାର l ଯାହାକୁ ନେଇ ବାଣପୁର ଅଂଚଳରେ ଚର୍ଚ୍ଚା ବଢିବା ସହ ସବରେଜିଷ୍ଟ୍ରାରଙ୍କ ଉପରକୁ ଆଙ୍ଗୁଳି ନିର୍ଦେଶ କରୁଛି l
ଏମିତି କିଛି ଅଭିଯୋଗ ଆଣିଛନ୍ତି ବାଣପୁର ସବରେଜିଷ୍ଟ୍ରାର ଅଧୀନରେ ଥିବା ବାଲୁଗାଁ ୯ ନମ୍ବର ୱାର୍ଡ ଅନ୍ତର୍ଗତ କେ କେ ନୂଆଗାଁର ପ୍ରକାଶ ରାଉତ l ତାଙ୍କ ଅଭିଯୋଗ ଅନୁସାରେ ପ୍ରକାଶ ରାଉତଙ୍କ ନାମରେ ଖାତା ନମ୍ବର 133/239 ରେ126 ଡ଼ିସିମିଲ ଜମି ଥିଲା l ତେବେ ପ୍ରକାଶ କୋରନା ରେ ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ l ଆଉ ଏହାର ସୁଯୋଗ ନେଇ ବଡ଼ ଭାଇ ପ୍ରଶାନ୍ତ ରାଉତସମ୍ପୂର୍ଣ ଜମିକୁ ନିଜ ନାଁରେ କରାଇ ନେଇ ପଟା ହାତେଇଛନ୍ତି l ଯାହାର ଖାତା ନମ୍ବର 133/712 l ସାନ ଭାଇ ମେଡିକାଲରେ ଥିବା ସମୟରେ ବଡ ଭାଇ ପ୍ରଶାନ୍ତ ଚଞ୍ଚକତା କରି ଜମିକୁ ହାସଲ କରିଥିବା ଅଭିଯୋଗ ଆଣିଛନ୍ତି ସାନାଭାଇ ପ୍ରକାଶ l
ସେ ଗାଁ ଛାଡି ରାଉରକେଲାରେ କାମ କରୁଥିବା ବେଳେ ଜମି ହଡପ ସମ୍ପର୍କରେ ସୂଚନା ପାଇଥିଲେ l ଏମିତି ଘଟଣାକୁ ନେଇ ସେ ବାଲୁଗାଁ ଥାନା ର ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ଏ ଯାଏ ପାଇ ନାହାନ୍ତି । ତେବେ ଜମିର ମାଲିକ ଉପସ୍ଥିତ ନଥିବା ବେଳେ ଜମିର କିଣା ବିକା କେଉଁ ଭଳି ବାଣପୁର ସବରେଜିଷ୍ଟ୍ରାର ଅଫିସ ରେ ହେlଇପାରୁଛି ତାହା ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା। ତେବେ ଯେଉଁ ଜମି ବିକ୍ରୀ କରାଯାଇଛି ସେଥିରେ ତାଙ୍କ ଦସ୍ତଖତ ଟିପି ଚିହ୍ନକୁ ମଧ୍ୟ ନକଲ କରାଯାଇଛି ବୋଲି ସେ କହିଛନ୍ତି l ଏମିତି ନକଲ କରାଯାଇ ଜମି ମାଲିକଙ୍କ ଅନୁପସ୍ଥିତିରେ ଜମି କିଣାବିକା ହୋଇ ପାରୁଥିବାରୁ ସବରେଜିଷ୍ଟ୍ରାର ଙ୍କ କାର୍ଯ୍ୟକଳାପ କୁ ସନ୍ଦେହ ମଧ୍ୟକୁ ଟାଣି ନେଇଛି l ଏଭଳି ଜମି ଜାଲିଆତି ଘଟଣାକୁ ଜିଲ୍ଲା ପ୍ରଶାସନ ଏବଂ ସରକାର ତଦନ୍ତ କରିବା ପାଇଁ ପ୍ରକାଶ ଦାବି କରିଛନ୍ତି l ଯଦି ଉକ୍ତ ତଦନ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଏ ତେବେ ଏହା ପଛରେ ଥିବା ପ୍ରକୃତ ମାଷ୍ଟର ମାଇଣ୍ଡ କିଏ ତାହା ଜଣା ପଡିବ ବୋଲି ଅଭିଯୋଗ ଆଣିଛନ୍ତି।
ଚିଳିକାରୁ ସେକ ରୋୖସନ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ