ବରୀ(ରତ୍ନଗିରି ନ୍ୟୁଜ) : ବରୀ ବ୍ଲକରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରାଙ୍କ ନାମରେ ରେସନ କାର୍ଡଧାରୀ ମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ଅଦ୍ୟାବଧୂ ହୋଇପାରିନାହିଁ । ରେସନ୍ କାର୍ଡରେ ବାଦ ପଡ଼ିଥିବା ହିତାଧ୍ୟାକାରୀଙ୍କ ନାମ ସଂଯୋଗ ପାଇଁ ଉପଭୋକ୍ତାମାନେ ବାରମ୍ବାର ବ୍ଲକ୍ ଦୌଡୁଥିଲେ ମଧ୍ୟ ରେସନ ସାମଗ୍ରୀ ବଣ୍ଟନ କ୍ଷେତ୍ରରେ ନାହିଁନଥିବା ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ସ୍ବାଇଁଖଣ୍ଡ ପଞ୍ଚାୟତ ଯମପଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ବିଜୟ ନାୟକଙ୍କ ସମେତ ୱାର୍ଡସଭ୍ୟ ଦୈତାରୀ ମଲିକ, ବିଜୟ ଦାସ ପ୍ରମୁଖ ଉପ ଜିଲାପାଳଙ୍କ ନିକଟରେ ଲିଖୁତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗ୍ରାମର ହିତାଧ୍ୟାକାରୀ ମାନଙ୍କୁ ଜାଣିଶୁଣି ଯୋଗାଣ ଅଧିକାରୀ ହଇରାଣ ହରକତ କରୁଛନ୍ତି । ନିକଟରେ ସରକାରଙ୍କଠାରୁ ଆସିଥିବା ବ୍ୟାଗ୍ ଓ ଏକ ହଜାର ଟଙ୍କାର ସହାୟତା ରାଶିକୁ ରିଟେଲରଙ୍କୁ ଦିଆନଯାଇ ଚଞ୍ଚକତା ପୂର୍ବକ ଅନ୍ୟ ଜଣେ ରିଟେଲରଙ୍କୁ ଦିଆଯାଇଛି। କ’ଣ ପାଇଁ ଯୋଗାଣ ଅଧିକାରୀ ନିକଟସ୍ଥ ରିଟେଲରଙ୍କୁ ଛାଡି ଅନ୍ୟ ଜଣେ ନିର୍ଦ୍ଦିଷ୍ଟ ରିଟେଲରଙ୍କୁ ସାମଗ୍ରୀ ପଠାଉଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଭିଯୋଗ ପତ୍ରରେ ଯୋଗାଣ ଅଧିକାରୀ ଶ୍ରୀ ବେହେରାଙ୍କ ସମୟର କିମ୍ବିରିଆପାଳ ଗ୍ରାମ ପଞ୍ଚାୟତରେ ଆତ୍ମସାତ ହୋଇଥିବା ୪ ଶହ କିଣ୍ଟାଲ୍ ଚାଉଳ, କଳାମାଟିଆ ପଞ୍ଚାୟତରେ ହଡ଼ପ ହୋଇଥିବା ୧୫ ଶହ କ୍ରିଣ୍ଟାଲ୍ ରେସନ ସାମଗ୍ରୀ, ୱାଇଁଖଣ୍ଡ ପଞ୍ଚାୟତରେ ନୂତନ ରିଟେଲଗ ନିଯୁକ୍ତିରେ ଅନିୟମିତତା ସହ ଯୋଗାଣ ଅଧିକାରୀ ବରୀ ବ୍ଲକ ସ୍ଥିତ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା, ବାର୍ଷିକ ନବୀକରଣ ସମୟରେ ରିଟେଲର ମାନଙ୍କ ଠାରୁ ୫ ହଜାର ୮ ଶହ ଟଙ୍କା ନେବା ଦୁର୍ନୀତି ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ସୋମବାର ଦିନ ଏ ବିସୟରେ ଯୋଗାଣ ଅଧିକାରୀଙ୍କ ଶହ ଆଲୋଚନା କରୁଥିବା ସମୟରେ ସେ ଗ୍ରାମବାସୀ ମାନଙ୍କୁ ସମ୍ପୃକ୍ତ ଅଧିକାରୀ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।