ଶେରଗଡ(ରତ୍ନଗିରି ନ୍ୟୁଜ)- ମୋ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଓ ଅମୂଳକ । ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲା ତଥା ରାଜ୍ୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିବା ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରର ସମର୍ଥ ଅନୁଷ୍ଠାନର ସଂପାଦକ ତଥା ନିଜେ ଜଣେ ଶାରୀରିକ ଦିବ୍ୟାଙ୍ଗ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଗତ କିଛି ଦିନ ଧରି ତାଙ୍କ ବିରୁଦ୍ଧରେ ହଠାତ୍ ଅନୁଷ୍ଠାନର ପୂର୍ବତନ ଜଣେ ବହିସ୍କୃତ କର୍ମଚାରୀ ଅନ୍ୟ କେତେକ କର୍ମଚାରୀଙ୍କୁ ଏକତ୍ରିତ କରି ଗୋଟିଏ ପରେ ଗୋଟିଏ ଯେଭଳି ଅଭିଯୋଗ ଆଣିବା ପରେ ତିନୋଟି ପର୍ଯ୍ୟାୟରେ ତଦନ୍ତ ଆରମ୍ଭ ହୋଇଛି । ଏହି ସମସ୍ତ ତଦନ୍ତ କୁ ସେ ଏବଂ ତାଙ୍କ ଅନୁଷ୍ଠାନ ସହଯୋଗ କରୁଥିବା ବେଳେ ଘଟଣାକୁ ନେଇ ଆମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସମସ୍ତ ଘଟଣାକୁ ନେଇ ସେ ନିଜର ମତାମତ ପ୍ରଦାନ କରିଛନ୍ତି । ମୋ ଅଡିଓ କଲକୁ ମନିପୁଲଟ୍ କରାଯାଇଛି – ସମର୍ଥ ଅନୁଷ୍ଠାନରେ କାର୍ଯ୍ୟରତ ଜଣେ ସହାୟିକା ଙ୍କ ସହିତ ମୋର କଥାବର୍ତ୍ତାର ଦୁଇ ମିନିଟ୍ ଅଡିଓ କଲ କୁ ମନିପୁଲେଟ କରାଯାଇଛି । ଅନୁଷ୍ଠାନ ପରିସରରେ ରହି ସମର୍ଥ ସଂପାଦକ କେ.ଆନନ୍ଦ ରାଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଫୋନ୍ ରେ କଥାବାର୍ତ୍ତା ହୋଇଥିଲେ । ହେଲେ ସେହି ସମୟରେ ଗୋଟିଏ ଉଦ୍ଧେଶ୍ୟରେ କୁହାଯାଇଥିବା କଥାବାର୍ତ୍ତାକୁ ବିଭିନ୍ନ ରଙ୍ଗ ଦିଆଯାଉଛି । ଏହାର କୌଣସି ଯଥାର୍ଥତା ନଥିବା କିମ୍ୱା ସତ୍ୟାତା ନଥିବା ସେ କହିଛନ୍ତି । କର୍ମଚାରୀ ଙ୍କ ଦରମା ବନ୍ଦ କରାଯିବା ପ୍ରସଙ୍ଗ ନେଇ ଆସିଥିବା ଅଭିଯୋଗ – ସମର୍ଥ ବିଦ୍ୟାଳୟରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ ଦରମା ବନ୍ଦ କରିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ରାଓ ସରକାରଙ୍କ ନିକଟରୁ ଆସୁଥିବା ଏହି ଅର୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କାର୍ଯ୍ୟାରତ କର୍ମଚାରୀ ଏକାଉଣ୍ଟ କୁ ପ୍ରଦାନ କରାଯାଇଥାଏ । ଆଉ ଏଥିରେ ବିଦ୍ୟାଳୟ କର୍ତ୍ତୁପକ୍ଷ ଭାବରେ ବିଦ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କ ଉପସ୍ଥାନ ଯାଜ୍ଞ କରିବା ଠାରୁ ଆରମ୍ଭ କରି ବିଭିନ୍ନ ନଥିପତ୍ର ଯାଜ୍ଞ କରାଯାଇ ତାହାର ରିପୋର୍ଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥାଏ । ଏହାପରେ ବିଭାଗ ପକ୍ଷରୁ ଯାହା ନିଷ୍ପତ୍ତି ନିଆଯାଇଥାଏ ବୋଲି କହିଛନ୍ତି ସମର୍ଥର ସଂପାଦକ । ଏହାୈର ଅଭିଯୋଗ ପରେ ତଦନ୍ତ ଟିମ୍ କୁ ମଧ୍ୟ ସମସ୍ତ ପ୍ରକାର ନଥିପତ୍ର ଦିଆଯାଇଥିବା ସେ କହିଛନ୍ତି . । କୋଭିଡ ସମୟର ବିଦ୍ୟାର୍ଥୀଙ୍କ ଅର୍ଥ ସେମାନଙ୍କ ଆକାଉଣ୍ଟକୁ ହିଁ ଯାଇଛି – କୋଭିଡ ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ବିଦ୍ୟାର୍ଥୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ଅନୁଦାନ ସହାୟତା ରାଶି ବିଦ୍ୟାର୍ଥୀଙ୍କ ଏକାଉଣ୍ଟ କୁ ହିଁ ଯାଇଛି । ଏଣୁ ଏଥିରେ କୌଣସି ଆର୍ଥିକ ଅନିୟମିତତା ହୋଇନଥିବ ସ୍ପଷ୍ଟ । କୋଭିଡ୍ ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ବିଦ୍ୟାଳୟରେ ଅଧ୍ୟୟନରତ ରହିଥିବା ବିଦ୍ୟାର୍ଥୀଙ୍କ ତାଲିକା ମଗାଯାଇଥିଲା । ଆଉ ଏଭଳି ସମୟରେ ପ୍ରତେକ ବିଦ୍ୟାର୍ଥୀଙ୍କ ତାଲିକା ଏବଂ ସେମାନଙ୍କ ଆକାଉଣ୍ଟ ନମ୍ୱର ଜିଲ୍ଲା କାର୍ଯ୍ୟାଳୟକୁ ପ୍ରଦାନ କରାଯିବା ପରେ ତାହାକୁ ବ୍ଲକ ଅନୁଯାୟୀ ଯାଜ୍ଞ କରି ଉକ୍ତ ସମୟରେ ସହାୟତା ରାଶି ପ୍ରଦାନ କରାଯାଇଥିଲା ।
ତଦନ୍ତରେ ସମସ୍ତ ସହଯୋଗ କରୁଛି – ସମର୍ଥ ଅନୁଷ୍ଠାନର ସଂପାଦକ ଙ୍କ ବିରୁଦ୍ଧରେ ଆସିଥିବା ବିଭିନ୍ନ ଅଭିଯୋଗର ତିନୋଟି ପ୍ରର୍ଯ୍ୟାୟରେ ତଦନ୍ତ କରାଯାଇଛି । ଗୋଟିଏ ପଟେ ପ୍ରଶାସନ ଏବଂ ଅନ୍ୟପଟେ ପୋଲିସ ପ୍ରଶାସନ ତଦନ୍ତ କରୁଥିବା ବେଳେ ରାଜ୍ୟ ମହିଳା କମିଶନର ଆସି ଘଟଣାର ତଦନ୍ତ କରି ଫେରିଛନ୍ତି । ତଦନ୍ତ ଠିକ୍ ରହିଥିବା ବେଳେ ସେ କୌଣସି ଭୁଲ କରିନଥିବା ଏବଂ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରୁଥିବା କହିଛନ୍ତି କେ. ଆନନ୍ଦ ରାଓ । ଭାରତୀୟ ଭାବରେ ଆଇନକୁ ବିଶ୍ୱାସ କରିବା ସହିତ ମାନୁଥିବାରୁ ବେଳେ ତଦନ୍ତ ସମୟରେ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ପ୍ରଦାନ କରିଥିବା କହିଛନ୍ତି ।
ସରକାରୀ ଅନୁଦାନ ପାଇବାର ଦୁଇ ବର୍ଷରେ ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି – ସରକାରୀ ଅନୁଦାନ ପାଇବାର ଦୁଇ ବର୍ଷରେ ମୋ ବିରୁଦ୍ଧରେ ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି ବୋଲି କହିଛନ୍ତି କେ.ଆନନ୍ଦ ରାଓ । ଏଥିପାଇଁ ସେ ତାଙ୍କ ଅନୁଷ୍ଠାନର ଜଣେ ବହିଷ୍କୃତ କର୍ମଚାରୀ ସନାତନ ଡାକୁଆ ଙ୍କୁ ଦାୟୀ କରିଛନ୍ତି । ପୂର୍ବତନ ଶିକ୍ଷକ ଶ୍ରୀ ଡାକୁଆ ଙ୍କୁ ବହିଷ୍କାର କରାଯିବା ପରେ ତାହାର ମାମଲା ଉଚ୍ଚ ନ୍ୟାୟଳୟରେ ରହିଥିବା ବେଳେ ଖୁବ୍ ଶ୍ରୀଘ୍ର ଏହାର ରାୟ ଆସିବ । ଶ୍ରୀ ଡାକୁଆ ଙ୍କ ବିରୁଦ୍ଧରେ କାଳେ ଏହି ରାୟ ଆସିବ ତାହା ସେ ଅନୁଭବ କରି ଇତି ମଧ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ସୁପାରିଶ କରାଯାଇଥିବା ଅନ୍ୟ ତିନି ଜଣ ଶିକ୍ଷକଙ୍କୁ ସଂଙ୍ଗଠିତ କରାଇ ଅନ୍ୟ କେତେକଙ୍କୁ ଏକତ୍ରିତ କରି ଏଭଳି ଷଡଯନ୍ତ୍ର କରାଯାଇଥିବା ସେ କହିଛନ୍ତି । ଏଭଳି ଅଭିଯୋଗ କରି ଏଥିରେ ସଫଳ ହେଲେ ବହିଷ୍କୃତ କର୍ମଚାରୀ ସନାତନ ଡାକୁଆ ନିଜ ପତ୍ନୀ ଙ୍କ ନାମରେ କରିଥିବା ଅନ୍ୟ ଏକ ଦିବ୍ୟାଙ୍ଗ ବିଦ୍ୟାଳୟରେ ଏଠାରୁ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କୁ ନେଇ ଅନୁଷ୍ଠାନ ଚଲାଇବାରେ ସଫଳ କରାଇବା ପାଇଁ ଏଭଳି ଉଦ୍ୟମ କରିଥିବା କହିଛନ୍ତି ।
Related Stories
December 9, 2024
December 1, 2024