ବରୀ(ରତ୍ନଗିରି ନ୍ୟୁଜ) ୨୩/୧ : ପ୍ରତି ବର୍ଷପରି ଚଳିତ ବର୍ଷ ୮ଦିନ ବ୍ୟାପି ଅଜାଣବନ ଶିଶୁ ମହୋତ୍ସବ ପାଳିତ ହେଉଅଛି । ଆଜି ତା ୨୩.୦୧.୨୩ ରିଖ ସୋମବାର, ଶିଶୁ ଉତ୍ସବକୁ ଉଦ୍ଘାଟନ କରାଯିବା ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି । ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ମୁଖ୍ୟ ସେବକ ଡଃ ନୃସିଂହ ଚରଣ ବେହେରା ସଭାପତିତ୍ୱ କରି ଆଜିର ଦିବସର ମହତ୍ୱ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶିଶୁ ମହୋତ୍ସବର କାର୍ଯ୍ୟକ୍ରମ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ଉପଦେଷ୍ଟା ମଣ୍ଡଳୀମାନଙ୍କ ମଧ୍ୟରେ ଡଃ ଭାଗ୍ୟଧର ସାହୁ, ବୃନ୍ଦାବନ ସାମଲ, କର୍ଣ୍ଣଚନ୍ଦ୍ର ଘଡାଇ, କୁଞ୍ଜବିହାରୀ ଦାଶ, ମକରଧ୍ୱଜ ସାହୁ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶିକ୍ଷାଶ୍ରମ ପରିସରରେ ଥିବା ଭଗବାନ ବୁଦ୍ଧ, ଗୋପବନ୍ଧୁ, ଭୂମିଦାତା କେଳୁଚରଣ ବେହେରାଙ୍କ ପ୍ରତିମୂର୍ତିରେ ପୂଷ୍ପମାଲ୍ୟ ପ୍ରଦାନ କରି ଆଜିର କାର୍ଯକ୍ରମ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଭଲ ମଣିଷ ହେବା ପାଇଁ ଉପସ୍ଥିତ ଉପଦେଷ୍ଟା ମଣ୍ଡଳୀ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରିୟଜୀତ ଦାସ, ସାଗର ମୁଦୁଲି, ଲୁସି ସାହୁ, ଶୁଭପ୍ରିୟା ଦାସ, ସାଇ କିରଣ ରାଉତ୍, ଏଲିନା ରାଉତ୍, ସୁଧାଂଶୁ ମାହାନା, ଗୁରୁଦତ ଜେନା, ପ୍ରିୟଦର୍ଶିନୀ ପ୍ରଧାନ, ରଶ୍ମିରଂଜନ ଦାସ ଛାତ୍ରଛାତ୍ରୀମାନେ ନେତାଜୀଙ୍କ ବିଷୟରେ ବକ୍ତବ୍ୟମାନ ରଖିଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଜେନା, ବରିଷ୍ଠ ଶିକ୍ଷକ ମିହିର କୁମାର ଜେନା, ଦୁର୍ଯ୍ୟୋଧନ ଓଝା, ଦୁର୍ଯ୍ୟୋଧନ ଜେନା, ଅଂଜନ କୁମାର ଜେନା, ସଂଗୀତ ଶିକ୍ଷକ ଅଭୟ କୁମାର ଶତପଥୀ ଓ ଗୋପିନାଥ ଦାସ ପ୍ରମୁଖ ଉପସ୍ଥିତ ରହିବା ସହିତ ଅନ୍ୟ ଶିକ୍ଷକଶିକ୍ଷିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ଆସନ୍ତା ୨୮.୦୧.୨୩ ରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବକୁ ସଫଳ କରିବା ପାଇଁ ସହଯୋଗ କାମନା କରିଥିଲେ । ଶେଷରେ ଶିକ୍ଷକ ଉମାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 1, 2024
November 25, 2024