ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ୍ ଅନ୍ତର୍ଗତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ମେଦୁଆକୂଳ ପରିସରରେ ଆଗାମୀ ଶିଶୁ ମହୋତ୍ସବ ପାଇଁ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠାନର ସଭାପତି ଡକ୍ଟର ନୃସିଂହ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମହୋତ୍ସବ ନେତାଜୀ ଜୟନ୍ତୀଠାରୁ ୩୦ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାରୁ ଶିଶୁ ମହୋତ୍ସବ ବିଷୟରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଆସନ୍ତା ୨୮ତାରିଖ ଦିନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ପ୍ରତିଯୋଗିତା, ରମା ଦାସ, ସ୍ୱର୍ଗତ ଲୋକନାଥ ଦାସ, ସୁଭଦ୍ରା ଦେବୀ, ସ୍ୱପ୍ନଜିତ୍, ପ୍ରିୟାଂଶୁ ଜେନା ସ୍ମୃତି ସମ୍ମାନ ଓ ଅଜାଣ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହେବାକୁ ଥିବା ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀମାନଙ୍କ ନାମ ସ୍ଥିର ହୋଇଥିଲା । ଶିଶୁ ମହୋତ୍ସବ ଦିନ ବିଭିନ୍ନ ବିଷୟରେ ସକାଳ ୧୦ଘଟିକା ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୯ତାରିଖରେ ବନ୍ଧୁ ମିଳନ ଓ ୩୦ରେ ଗାନ୍ଧିଜୀଙ୍କ ବିଳିଦାନ ଦିବସରେ କାର୍ଯ୍ୟକ୍ରମ ଉଦ୍ଯାପନ ହେବ ବୋଲି ବୈଠକରେ ସ୍ଥିର ହୋଇଛି । ଏହି ବୈଠକରେ ଅନୁଷ୍ଠାନର ସମ୍ପାଦକ ପ୍ରିୟରଂଜନ ବେହେରା, ପ୍ରଧାନଶିକ୍ଷକ ସୌଭାଗ୍ୟ କୁମାର ଜେନା, ରମା ଦାସ ସେବା ସଙ୍ଗଠନର ସଭାପତି ଅଶୋକ କୁମାର ଦାସ, ପ୍ରମିଳା ପତି ଟ୍ରଷ୍ଟ ତରଫରୁ ପ୍ରଫୁଲ୍ଲ କୁମାର ଦାଶ, ରବିନ୍ଦ୍ର କୁମାର ନନ୍ଦ, ପ୍ରାକ୍ତନ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ସାମଲ, ବୈଷ୍ଣମ ଚରଣ ଦାସ, ମକରଧ୍ୱଜ ସାହୁ, କରୁଣାକର ପ୍ରଧାନ, ଅଭୟ କୁମାର ଶତପଥି, ଗୋପିନାଥ ଦାସ, ଉମାକାନ୍ତ ଦାସ, ବିରେନ୍ କୁମାର ସାହୁ, ଦୁର୍ଯ୍ୟୋଧନ ଓଝା, ଅଞ୍ଜନ କୁମାର ଜେନା, ଦୁର୍ଯ୍ୟୋଧନ ଜେନା, ଶୈଳବାଳା ଜେନା, ଅହଲ୍ୟା ଦାସ, ମଧୁସ୍ମିତା ଦାସ, ସୁପ୍ରଭା ଜେନା, ତୁଳସୀ ପ୍ରଧାନ, ଇପ୍ସିତା ଦାସ, ମନସ୍ୱିନୀ ରାୟ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ଥାନୀୟ କର୍ମକର୍ତ୍ତା, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ସଭାପତି କାମନା କରିଥିଲେ । ଶେଷରେ ଶିକ୍ଷାକ ମିହିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 9, 2024
December 1, 2024