ନୂଆଦିଲ୍ଲୀ: ଦୀର୍ଘ ୬ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଏବେ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ହଠାତ୍ ଏହି ୩ ସୋଶାଲ ମିଡିଆ ସଂସ୍ଥାର ସର୍ଭର ସାରା ବିଶ୍ୱରେ ଡାଉନ ହୋଇଯାଇଥିଲା। ଫେସବୁକ ମାଲିକାନାରେ ଥିବା ଏହି ୩ ସୋଶାଲ ମିଡିଆ ପ୍ଲାଟଫର୍ମରେ ଲୋକମାନେ ମେସେଜ ଓ ଫଟୋ ପୋଷ୍ଟ କରିବାରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏ ସମ୍ପର୍କରେ ଅନେକ ଲୋକ ଟ୍ୱିଟର୍ରେ ଜଣାଇବା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଭାରତ ସମେତ ବିଶ୍ୱର କୋଟିକୋଟି ଲୋକ ଟ୍ୱିଟର୍ରେ ନିଜର ପ୍ରତିକ୍ରିୟା ରଖିବା ଆରମ୍ଭ କରିଥିଲେ। ଫେସବୁକ ପକ୍ଷରୁ ମଧ୍ୟ ଟ୍ୱିଟର୍ରେ ସର୍ଭର ଡାଉନ ଥିବା ସମସ୍ତଙ୍କୁ ଅବଗତ କରାଯାଇଥିଲା।
ଏଥିସହ ସମସ୍ୟା ସାମାଧନ ଦିଗରେ ଇଞ୍ଜିନିୟରମାନେ ଲାଗି ପଡ଼ିଥିବା କହିଥିଲା।
ତେବେ ଦୀର୍ଘ ୬ ଘଣ୍ଟା ପରେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସର୍ଭର ଡାଉନ ପାଇଁ ଲୋକମାନେ ଭୋଗିଥିବା ସମସ୍ୟା ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ୍ କ୍ଷମା ମଧ୍ୟ ମାଗିଛନ୍ତି।