ସାନଖେମୁଣ୍ଡି(ରତ୍ନଗିରି ନ୍ୟୁଜ)୨୫/୦୪ : ସାନଖେମୁଣ୍ଡି ବ୍ଲକର ପ୍ରାଣ କେନ୍ଦ୍ରବିନ୍ଦୁ ଆଡ଼ପଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର । ହଜାର ହଜାର ଲୋକ ସେହି ମେଡ଼ିକାଲକୁ ନିର୍ଭର କରିଥାନ୍ତି । ଆଜି ଆଡ଼ପଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡ଼ା.ବାହାନ ଦାସ ନିଜର ବିବାହ ପ୍ରଥମ ବାର୍ଷିକ ଉତ୍ସବ ଏକ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି । ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଙ୍କୋରଡ଼ା ଗ୍ରାମରେ ଥିବା ମୁକ ବଧିର ସ୍କୁଲର ପିଲା ମାନଙ୍କ ସହ ମିଶି ନିଜର ବିବାହ ପ୍ରଥମ ବାର୍ଷିକ ଉତ୍ସବ ବଡ ଧୁମ୍ ଧାମରେ ପାଳନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଡାକ୍ତର ଙ୍କ ଏଭଳି କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ପିଲାମାନଙ୍କର ଯେକୌଣସି ଅସୁବିଧା ହେଲେ ସେ ତୁରନ୍ତ ଆସି ଚିକିତ୍ସା କରିବାର ପ୍ରତିଶ୍ମୃତୀ ଦେଇଥିଲେ । କରୋନା ମହାମାରୀ ସମୟରେ ଲୋକ ମାନଙ୍କୁ ସେବା କରି ବହୁତ ଜୀବନ ରକ୍ଷା କରି ସେ ଚର୍ଚ୍ଚା କୁ ଆସିଥିଲେ । ଖରା ନାଇଁ କି ବର୍ଷା ନାଇଁ ଦିନ ହେଉ କି ରାତି ଯେତେବେଳେ ଯାହାର ଅସୁବିଧା ହେଲା ସେ ତାଙ୍କର କର୍ତ୍ତବ୍ୟ କରନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଅଞ୍ଚଳରେ ଖୁସି ହେବା ସହ ଧନ୍ୟ ଧନ୍ୟ ପଦ ଶୁଣନ୍ତି । ସାନଖେମୁଣ୍ଡି ଅଞ୍ଚଳବାସୀଙ୍କର ଯେତେବେଳେ ଯାହା ଅସୁବିଧା ହେଲା ସେ ତାଙ୍କର କର୍ତ୍ତବ୍ୟ କରିବା ପାଇଁ ପ୍ରଟିଶ୍ମୃତି ବଦ୍ଧ ବୋଲି କହିଥିଲେ ଡ଼ା.ବାହାନ ଦାସ ।
Related Stories
December 1, 2024
November 25, 2024