ବରୀ,(ନି ପ୍ର):ଯାଜପୁର ଜିଲ୍ଲା ବରୀ ବ୍ଳକ ଅନ୍ତର୍ଗତ ଧାରପୁର ପଞ୍ଚାୟତ ନାଥପୁର ଗ୍ରାମର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ଛାନ୍ଦର ପ୍ରତିଷ୍ଠିତ ଗାୟକ ତଥା ବିଶିଷ୍ଟ ମୃଦଙ୍ଗ ବାଦକ ଅଦ୍ଵୈତ ଚରଣ ଜେନାଙ୍କର ୫୫ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ହୋଇଯାଇଛି l ସ୍ଵର୍ଗତଃ ଜେନା ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହା ବିଦ୍ୟାଳୟର କର୍ମଚାରୀ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ l ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି l ତାଙ୍କ ବିୟୋଗ ଖବର ପାଇ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧିର କୁମାର ରାଉତ , ଅଧ୍ୟାପକ ଦାମୋଦର ସାହୁ ,ଅଧ୍ୟାପକ ପ୍ରଭାକର ଜେନା ,ଶରତ ଚନ୍ଦ୍ର ପତି, ଶୁକାନ୍ତ କୁମାର ଜେନା, ତପନ କୁମାର ଜେନା, ଶମ୍ଭୁନାଥ ରାୟ, ସତ୍ୟାନନ୍ଦ ଖୁଣ୍ଟିଆ, ପ୍ରକାଶ ମଲ୍ଲିକ, ପ୍ରତାପ ମଲ୍ଲିକ,ଶରତ କୁମାର ଜେନା ,ଅଜୟ କୁମାର ଜେନା ପ୍ରମୁଖ ଯାଇ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଜଗା ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ଅଜୟ କୁମାର ଜେନା ନିଜର ଶୋକବାର୍ତ୍ତାରେ ଜଣେ ସ୍ଵର ସାଧକଙ୍କୁ ଏ ଅଞ୍ଚଳ ସବୁଦିନ ପାଇଁ ହରାଇଲା ବୋଲି ପ୍ରକାଶ କରିଛନ୍ତି l
ବରୀ ବିଧାୟିକା ସୁନନ୍ଦା ଦାସ , ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଲୟର ପୂର୍ବତନ ଅଧ୍ୟକ୍ଷ ଦେବ ପ୍ରସାଦ ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ସାମଲ, ସ୍ଥାନୀୟ ସରପଞ୍ଚ କୁନା ମଲିକ, ସମିତି ସଭ୍ୟ ଶ୍ରୀଧର ସେଠି ପ୍ରମୁଖ ସ୍ୱର୍ଗତ ଜେନାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଗ୍ରାମବାସୀମାନେ ସଙ୍କୀର୍ତ୍ତନ ମାଧ୍ୟମରେ ସ୍ଵର୍ଗତଃ ଜେନାଙ୍କୁ ଗ୍ରାମ୍ୟ ପରିକ୍ରମା କରାଇ ପୈତୃକ ଶ୍ମସାନ ନିକଟରେ ପହଞ୍ଚିଥିଲେ l ସେଠାରେ ସ୍ଵର୍ଗତ ଜେନାଙ୍କ ଅମର ଆତ୍ମା ପଞ୍ଚ ମହାଭୂତରେ ଲୀନ ହୋଇଥିଲା l