ଭୁବନେଶ୍ଵର(ରତ୍ନଗିରି ନ୍ୟୁଜ) : ଆମ୍ ଆଦମୀ ପାର୍ଟି ଭୁବନେଶ୍ଵର ସ୍ଥିତ ମାଷ୍ଟର କାଣ୍ଟିନ ଛକ ଠାରେ ଭାରତ ର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ୟବସାୟୀ ବନ୍ଧୁ ଗୌତମ ଆଦାନୀ ଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା ଯୋଗୁଁ ହୋଇଥିବା ଭାରତ ଇତିହାସ ର ସବୁଠାରୁ ବଡ ଦୁର୍ନୀତି ବିରୋଧ ରେ ଓଡ଼ିଶା ରାଜ୍ୟ ବିଜେପି ରାଜ୍ୟ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନରେନ୍ଦ୍ର ମୋଦୀଙ୍କର କୁଶପୁତ୍ତଳିକା ଦହନ କରାଯାଇଥିଲା।
୨୦୧୪ ମସିହାରେ ଅଦାନୀର ସମ୍ପତ୍ତିର ପରିମାଣ ମାତ୍ର ୩୭ ହଜାର କୋଟି ଟଙ୍କା ଥିଲା l ଏହା ୨୦୧୮ ରେ ଚାରି ବର୍ଷରେ ୫୯ ହଜାର କୋଟି ହେଲା l ମାତ୍ର ତାପରେ ଦୁଇ ବର୍ଷରେ ଅର୍ଥାତ ୨୦୨୦ ରେ ୧୩ ଲକ୍ଷ କୋଟି ଟଙ୍କା ହୋଇଗଲା lଅଦାନୀ ବିଶ୍ୱର ଦୁଇ ନମ୍ବର ଧନୀ ବ୍ୟକ୍ତି ହେବା ପାଇଁ ନରେନ୍ଦ୍ର ମୋଦି ଦେଶର ସବୁ ସମ୍ପତ୍ତି ତା ହାତରେ ଟେକି ଦେଲେ l କୋଇଲା, ଗ୍ୟାସ, ବିଜୁଳି, ସିମେଣ୍ଟ, ପାଣି, ରାସ୍ତା, ଷ୍ଟିଲ, ଏୟାରପୋର୍ଟ, ବନ୍ଦର ସବୁ ଅଦାନୀକୁ ଦିଆଗଲା l ଏପରିକି ବାଂଲାଦେଶ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ପ୍ରଭୃତି ଦେଶ ଉପରେ ଚାପ ପକାଇ ତାକୁ ବିଜୁଳି ଏବଂ ମାଇନିଙ୍ଗର ପ୍ରୋଜେକ୍ଟ ଦେଲେ lତାସହିତ ଯେତେବେଳେ ପ୍ରାଇଭେଟ ବ୍ୟାଙ୍କ ମାନେ ଋଣ ଦେବାକୁ ଇଚ୍ଛା କଲେନାହିଁ ନରେନ୍ଦ୍ର ମୋଦି SBI ଏବଂ LIC ଉପରେ ଚାପ ପକାଇ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ଋଣ ଦେଲେ l ସେଥିରୁ ୮୪ ହଜାର କୋଟି ଟଙ୍କାର ଋଣ ଛାଡ କରିଛନ୍ତି l
ଆମେ ଜାଣିଛେ ଲୋନ ପାଇବା କେତେ କଷ୍ଟ l ସାଧାରଣ ଲୋକର ଚପଲ ଛିଣ୍ଡି ଯାଏ l ମାତ୍ର ମୋଦିଙ୍କର ବନ୍ଧୁ ଆଦାନୀ ପାଇଁ ଏହା ବାମ ହାତର ଖେଳ l
ମାତ୍ର ବର୍ତମାନ ଅଭିଯୋଗ ଆସୁଛି ଯେ ଅଦାନୀ ଗ୍ରୁପ ମରିସସ ଏବଂ କାରିବିଆନ ଦେଶ ଗୁଡିକରେ ଯେଉଁଠାରେ କି ଟ୍ୟାକ୍ସ ଦେବାକୁ ହୁଅନି ସେଠାରେ ୩୮ଟି ନକଲି କମ୍ପାନୀ ଖୋଲି ତା ମାଧ୍ୟମରେ ଜାଲିଆତି କରି ନିଜ କମ୍ପାନୀର ଶେୟାର ମୂଲ୍ୟ ଅହେତୁକ ବଢ଼ାଇଛନ୍ତି l ଆଉ ଏହି ବର୍ଦ୍ଧିତ ଶେୟାର କିଣି LIC ମାତ୍ର ୮ ଦିନରେ ୬୫,୪୦୦ କୋଟି ଟଙ୍କାର କ୍ଷତି ସହିଛି l SBI, PNB ପ୍ରଭୃତି ବ୍ୟାଙ୍କରେ ସଂଚିତ ଥିବା ସାଧାରଣ ଜନତାର ଟଙ୍କାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି l
ଆମେ ଜାଣିଛୁ ଅଦାନୀର କଳା ଧନ ବିଜେପିକୁ ଯାଉଛି l ଏବଂ ବିଜେପି ଏହି ପଇସାରେ ବିଭିନ୍ନ ରାଜ୍ୟରେ ବିଧାୟକ କିଣିବା କାମ କରୁଛି l ସେଥିପାଇଁ ED, CBI, SEBI ପ୍ରଭୃତି ଯାଞ୍ଚ ଏଜେନସି ଚୁପ l କେବଳ ବିରୋଧୀ ଦଳ ଉପରେ ଏମାନେ ସକ୍ରିୟ lଦୁନିଆର ସବୁଠାରୁ ବଡ ପାର୍ଟି ବିଜେପିର ନରେନ୍ଦ୍ର ମୋଦି ଆଜି ଅଦାନୀ ସହିତ ମିଶି ଦୁନିଆର ସବୁଠାରୁ ବଡ ଦୁର୍ନୀତି କରିଛନ୍ତି l ଆମ ଆଦମୀ ପାର୍ଟି ଏହି ଦୁର୍ନୀତିର ତଦନ୍ତ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା କରିବା ପାଇଁ ଦାବି କରୁଛି lରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ଶତାଧିକ ଆପ୍ କର୍ମୀ ବିଜେପି ରାଜ୍ୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଗିରଫ ହୋଇଛନ୍ତି ।