କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ‘ରେଳ ରୋକ’ କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା । କେନ୍ଦ୍ରମନ୍ତ୍ରୀଙ୍କୁ ଇସ୍ତଫା ସହ ଗିରଫ ଦାବିରେ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା। କେନ୍ଦ୍ରର ତିନୋଟି କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ବିଭିନ୍ନ କୃଷକ ସଂଗଠନ । କୃଷି ନିୟମକୁ ବିରୋଧ କରୁଥିବା ବିଭିନ୍ନ କୃଷକ ସଂଗଠନର ମିଳିତ ମୋର୍ଚ୍ଚା ଏକ ବିବୃତ୍ତିରେ କହିଛନ୍ତି ଯେ, ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ଗିରଫ ଦାବିରେ ରେଳ ଧର୍ମଘଟ କରିବ କୃଷକ ସଂଗଠନ । ଏହି ମାମଲାରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହାର ପ୍ରତିବାଦ ଆହୁରି ଜୋରଦାର ହେବ।ରେଳ ଚଳାଚଳ ସକାଳ 10 ଟାରୁ ସଂନ୍ଧ୍ୟା 4 ଟା ପର୍ଯ୍ୟନ୍ତ ଛଅ ଘଣ୍ଟା ପାଇଁ ବନ୍ଦ କରାଯିବ । ରେଳ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବରେ ଏବଂ ରେଳ ସମ୍ପତ୍ତିରେ କୌଣସି କ୍ଷତି ନକରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀଙ୍କୁ ନିବେଦନ କରିଛନ୍ତି।ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଲଖିମପୁରରେ ଘଟିଥିବା ହିଂସାରେ ୪ ଜଣ କୃଷକଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାରେ ବର୍ତ୍ତମାନ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ ।
Related Stories
May 13, 2024
February 14, 2024