ବରୀ(ରତ୍ନଗିରି ନ୍ୟୁଜ) :-ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଅରଙ୍ଗାବଦ ସାହି ମନ୍ଦିର ଛକନିକଟରେ ଆକ୍ସିସ ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି । ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂତନ ଶାଖାକୁ ଉଦ୍ଘାଟନ କରିଥିଲେ । ବରୀ ଠାରୁ ୨୫ କିମି ଦୂର ଯାଜପୁର ଟାଉନରେ ଏହାର ଶାଖା ଥିବାରୁ ବରୀ ଅଞ୍ଚଳର ଲୋକମାନେ ଏହି ବ୍ୟାଙ୍କ ସହିତ କାରବାର କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗୁରୁବାର ବରୀରେ ଏହାର ନୂତନ ଶାଖା ଖୋଲିବା ଦ୍ୱାରା ଲୋକମାନେ ବହୁ ସୁବିଧା ସୁଯୋଗ ପାଇ ପାରିବେ । କୃଷି ଋଣ, କାର, ମଟର ସାଇକେଲ ଗୃହ ଆଦି ଋଣର ବ୍ୟବସ୍ଥା ରହିବା ସହ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏସ୍.ଏଚ.ଜି ମାଧ୍ୟମରେ ଋଣ ପ୍ରଦାନ କରିବ ବୋଲି ଆକ୍ସିସର କ୍ଲଷ୍ଟର ହେଡ ଜଗଦୀଶ ପଟ୍ଟନାୟକ କହିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ, ତହସିଲଦାର ମାନସ ରଂଜନ ଭୋଇ, ଅତିରିକ୍ତ ତହସିଲଦାର ଭାନୁମତୀ ମାଝୀ, ଆକ୍ସିସ ବ୍ୟାଙ୍କ୍ର ଅଭିଯୋଗ ମୁଖ୍ୟ ସତ୍ୟଭୂଷଣ ରାଉତ, କ୍ଲଷ୍ଟର ସେଲ୍ସ ହେଡ ସତ୍ୟଜିତ ପୁହାଣ, ଶାଖା ପରିଚାଳକ ବିଶ୍ୱଜିତ୍ ମହାପାତ୍ର, ବିଶ୍ୱ ବିକ୍ରମ ବିଶ୍ୱାଳଙ୍କ ସମେତ ରତଳାଙ୍ଗ ସରପଞ୍ଚ ବନ୍ଦନା ବିଶ୍ୱାଳ, ବରୀ ସରପଞ୍ଚ ସୋନାଲି ସିଂ ଏବଂ ଶାଖାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Related Stories
December 1, 2024
November 25, 2024