ବଲାଙ୍ଗୀର(ରତ୍ନଗିରି ନ୍ୟୁଜ) ୧୫/୦୫: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ଜଣାଶୁଣା। ଏଠାରେ ଦୀର୍ଘ ଦିନର ନିରବତା ପରେ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିବାକୁ ଯାଇ ୨ଟି ବ୍ୟାନର ଲଗାଇଥିବା ଜଣାପଡ଼ିଛି। ଏହି ୨ଟି ବ୍ୟାନର ପୁଟକେଲଚୁଆଁ ଓ ଘୁନସର ମଧ୍ୟରେ ଥିବା ବଜାରରେ ଲାଗିଥିବା ଜଣାପଡିଛି। ବ୍ୟାନରଟି ଲାଲ ରଙ୍ଗର ଓ ଏଥିରେ ଧଳା ରଙ୍ଗରେ ଲେଖାଥିବା ବେଳେ ଉଭୟ ଓଡ଼ିଆ ଓ ହିନ୍ଦୀରେ ଲେଖାଥିବାର ଦେଖିବାକୁ ମିଳିଛି। ଏହି ବ୍ୟାନରରେ ଆସନ୍ତା ୨୦ ତାରିଖ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଆହ୍ବାନ ଦିଆଯାଇଛି। ଏହା ସହିତ ଏଥିରେ ୨ ବର୍ଷରେ ପୁଲିସ ଗୁଳି କରି ହତ୍ୟା କରା ଯାଇଥିବାକୁ ନେଇ ରାଜ୍ୟବ୍ୟାପୀ ବନ୍ଦ କରାଯିବ। ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାର ଯୁଦ୍ଧକୁ ବିରୋଧ କରନ୍ତୁ । ଦେଶରୁ ସମ୍ମତି ଦବାଇବା ଲାଗି ବ୍ରାହ୍ମଣୀୟ , ହିନ୍ଦୁତ୍ଵ , ଫାସିବାଦ ସରକାର ଦ୍ଵାରା ଚଳାଯାଉଥିବା ଦମନ ଅଭିଯାନକୁ ବିରୋଧ କରନ୍ତୁ। କମ୍ରେଡ ରବିନ୍ଦ, କମ୍ରେଡ ରୋହିତ ଆମର ରହେ ଆଦି ଲେଖା ହେବା ସହ ତଳେ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ମେ ୨୦୨୨ ଲେଖା ହୋଇଥିବା ଦେଖିବାକୁ ମିଳିଛି।
ବଲାଙ୍ଗୀରରୁ ଜଗନ୍ନାଥ ଧରୁଆ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ
Related Stories
December 1, 2024
November 25, 2024