ବରୀ(ରତ୍ନଗିରି ନ୍ୟୁଜ)୦୪/୦୭ : ବରୀ ବ୍ଲକର ମୋଟ ୧୩ ଗୋଟି ସମବାୟ ସମିତି ମଧ୍ୟରୁ ଆଜି ଚାରି ଗୋଟି ଯଥା ନହଣ,ଧlରପୂର, ମନ୍ଦlରି , ଓ ଅଂଗlଲୋ ସମବାୟ ସମିତିର ସଭାପତି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ପ୍ରକାଶ ଥାଉକି ନାହଣ ସମବାୟ ସମିତି ର ସଭାପତି ପଦବୀ ନିମନ୍ତେ ଅଭିନ କୁମାର ଜେନା, ଅଙ୍ଗlଳ ସମବାୟ ସମିତି ସଭାପତି ନିମନ୍ତେ ତପନ କୁମାର ରାଉତ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବାର ସ୍ପଷ୍ଟ ହୋଇଯାଇଛି। ଅପରପକ୍ଷରେ ମନ୍ଦାରି ସମବାୟ ସମିତି ସଭାପତି ପଦ ନିମନ୍ତେ ଅନିରୁଧ ମଲ୍ଲ ଓ ମାନସ କୁମାର ଜେନା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଧlରପୁର ସଭାପତି ପଦବୀ ନିମନ୍ତେ ରାଜେନ୍ଦ୍ର ଜେନା ଏବଂ ନକୁଳ ଦାସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ବୋଲି ଜଣା ପଡିଛି। ସୂଚନା ମୁତାବକ ମନ୍ଦାରି ସମବାୟ ସମିତି ର ସଭାପଡ଼ି ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଥିବା ଅନ୍ୟୁରୁଧ ମଲ୍ଲଙ୍କ ର ତ୍ରୁଟି ରହିଛି ପ୍ରତିପକ୍ଷ ମାନସ କୁମାର ଜେନା ନିର୍ବାଚନ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ଘଡାଇ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ନିର୍ବାଚନ ଅଧିକାରୀ ଶ୍ରୀ ଘଡାଇ ନାମାଙ୍କନ ପତ୍ର ଦାଖଲ ସମୟରେ କାଗଜ ପତ୍ରରେ କୌଣସି ତ୍ରୁଟି ନାହିଁ ବୋଲି ପ୍ରକାଶ କରିବା ଯୋଗୁଁ ଏହା ନିର୍ଦ୍ଧିଷ୍ଟ ଏକ ରାଜ ନେତାଙ୍କୁ ସେ ସମର୍ଥନ କରୁଛନ୍ତି ବୋଲି ପ୍ରତିପକ୍ଷ ମାନସ ଜେନାଙ୍କ ନେତୃତ୍ୱରେ ସମବାୟ ସମିତିର ସଭ୍ୟ ସଭ୍ୟା ମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଯଦି ଲିଖିତ ଅଭିଯୋଗକୁ ଭିତ୍ତିକରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ମାନ୍ୟବର କୋର୍ଟ ଙ୍କ ଦ୍ବାରସ୍ଥ ହେବୁ ବୋଲି ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନସ ଜେନା କହିଛନ୍ତି।
Related Stories
December 1, 2024
November 25, 2024