ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ)୧୭/୧: ଜଗତସିଂହପୁର ଜିଲ୍ଳାର ଢ଼ିଙ୍କିଆ ଗ୍ରାମବାସୀମାନେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ନିରସ୍ତ୍ର ଗ୍ରାମବାସୀଙ୍କୁ ପୋଲିସ ବର୍ବରୋଚିତ ଭାବେ ଆକ୍ରମଣ କରି ଲହୁ ଲୁହାଣ କରିଛି । ବହୁ ଲୋକଙ୍କୁ ଗିରଫ କରିଛି ଏବଂ ବହୁ ପାନ ଚାଷୀଙ୍କର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଘଟଣାର ଅନୁସନ୍ଧାନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବଶ୍ୱାଳ ଆବାହକ ଭାବରେ ରହିଛନ୍ତି । କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ନଟବର ବାରିକ, ଅରିନ୍ଦମ ସର୍ଖେଲ, ଅଂଶୁମାନ ମହାନ୍ତି ଏବଂ ଲଲାଟେନ୍ଦୁ ମହାପାତ୍ର ମଧ୍ୟ ଏହି କମିଟିରେ ରହିଛନ୍ତି । ଏହି କମିଟି ଖୁବଶୀଘ୍ର ଢ଼ିଙ୍କିଆ ଅଂଚଳ ଗସ୍ତକରି ଘଟଣାର ଅନୁଧ୍ୟାନ କରିବେ ଏବଂ ଦଳର ପରବର୍ତୀ ପଦକ୍ଷେପ ସଂପର୍କରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ତତ୍ ସଂଗେ ସଂଗେ ଉକ୍ତ ଅଂଚଳରେ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ଉଦ୍ବୋଧନ ଦେବାପାଇଁ ଏହି କମିଟିକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।
Related Stories
November 14, 2024