ମାହାଙ୍ଗା(ରତ୍ନଗିରି ନ୍ୟୁଜ): ବିଶ୍ୱର କଲ୍ୟାଣ ପାଇଁ ସବୁବେଳେ ବୈଜ୍ଞାନିକ ମାନଙ୍କ ବଡ଼ ଯୋଗଦାନ ରହିଛି ବୋଲି ଆଇନି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି ! କୋଠପଦା ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ମାହାଙ୍ଗା ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳାକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିଥିଲେ ! ଶ୍ରୀ ଜେନା କହିଲେ ବିଜ୍ଞାନ ଆମ ସଭ୍ୟତାର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି ! ପିଲାମାନଙ୍କୁ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ କରାଯିବା ଦିଗରେ ସରକାର ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି !
ଏହି ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ,ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତ, ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରା, ବ୍ଲକ ଚେୟାରମ୍ୟାନ ଦୀପା ମଲ୍ଲିକ, ଭାଇସ ଚେୟାରମ୍ୟାନ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ଜିଲାପରିଷଦ ସଭ୍ୟ ରିଆଜୁଲ ହୋଦା,ପୂର୍ବତନ ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ବିଜ୍ଞାନ ସଂଯୋଜକ ଅକ୍ଷୟ ନନ୍ଦ, କୁହୁଣ୍ଡା ପଞ୍ଚାୟତର ସରପଞ୍ଚ ନଳିନୀପ୍ରଭା ପ୍ରଧାନ, ସମିତିସଭ୍ୟା ସୁପ୍ରଭା ସାମଲ, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ସାମାଜିକକର୍ମୀ ଅଖିଳେଶ ମହାନ୍ତି,ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ !
ମାହାଙ୍ଗା ବ୍ଲକରେ ଥିବା 37 ଟି ଗ୍ରାମ ପଞ୍ଚାୟତରୁ ସମୁଦାୟ 108 ଟି ପ୍ରକଳ୍ପ ଏହି ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିଲା ! ଏହି ବିଜ୍ଞାନ ପ୍ରଦର୍ଶନୀରୁ ଚୟନ ହୋଇଥିବା ପାଞ୍ଚୋଟି ଶ୍ରେଷ୍ଠ ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବା, ବିଚାରକ ମାନେ ନିଷ୍ପତ୍ତି ନେଇଥିଲେ ! ବିଭିନ୍ନ ବିଦ୍ୟାଳୟରୁ ପହଞ୍ଚିଥିବା ୧୫ ଶହରୁ ଅଧିକ ଛାତ୍ର-ଛାତ୍ରୀ, ଶିକ୍ଷକ-ଅଭିଭାବକ, ଶିକ୍ଷା ବିଭାଗର କର୍ମଚାରୀ ଏହି ବିଜ୍ଞାନ ମେଳାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ! ରଘୁନାଥ ନୋଡାଲ ବିଦ୍ୟାପୀଠର ଶିକ୍ଷକ ପର୍ଶୁରାମ ଦାସ,ଯତୀନ୍ଦ୍ର ଦାସ,ଭାରତ ଭୂଷଣ ଦାସ,ମାଗୁଣି ସାମଲ, ରାଧାନାଥ ରାଉତ, ସୁଧାଂଶୁ ପାଣି,ଗଣେଶ ବିହାରୀ, ଅଜୟ ନନ୍ଦ,ଦୀପକ ଦାସ, ସୌମ୍ୟ ରଞ୍ଜନ ଓଝା, ରବୀନ୍ଦ୍ର ପୃଷ୍ଟି,ନିହାର ରଞ୍ଜନ ପଣ୍ଡା, ଅଫସର ତୁଲ୍ଲା,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !