ଭେନେଜୁଏଲା, ୧୦/୧୦: ବହୁ ପ୍ରତୀକ୍ଷିତ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି। ନରୱେ ନୋବେଲ କମିଟିର ସଭାପତି ଜର୍ଜେନ ୱାଟନେ ଫ୍ରିଡନେସ ଏହି ଘୋଷଣା କରିଛନ୍ତି।

ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନୋବେଲ୍ ମିଳିଛି। ଏକଛତ୍ରବାଦରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବହୁ ଉଦ୍ୟମ କରିଥିଲେ ମାରିଆ।
ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଛି। ଡୋନାଲ୍ଡ ଟ୍ରମ୍ପ ଦୀର୍ଘ ଦିନ ଧରି ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଦାବି କରି ଆସୁଥିଲେ।