ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଭଅଁରା ପଞ୍ଚାୟତର ପୁରାତନ ପ୍ରlଥମିକ ବିଦ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ ହେଇଥିଲା l ଏଥିରେ ସାମାଜିକକର୍ମୀ ବିଶ୍ୱଭୂଷଣ ଜେନା ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ନୀତି ଆଦର୍ଶ ସମ୍ପର୍କ ରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ l ଆଜିର ଯୁବପିଢ଼ି ତାଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେବାକୁ କହିଥିଲେ l ଏଥିରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଯଶୋବନ୍ତ ଧଳ, ବେଦପ୍ରକାଶ ବାରିକ ପ୍ରମୁଖ ଯୋଗଦେଇଥିଲେ l
