ବରୀ (ରତ୍ନଗିରି ନ୍ୟୁଜ) : ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ମେଦୁଆକୂଳ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷାଶ୍ରମ ପରିସରରେ ପ୍ରତିଷ୍ଟିତ ଉତ୍କଳର ଦରଦୀବନ୍ଧୁ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମୁଖ୍ୟ ସେବକ ଡଃ ନୃସିଂହ ଚରଣ ବେହେରା, ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଜେନା, ଶିକ୍ଷାଶ୍ରମର ସମସ୍ତ ଶିକ୍ଷକ, ଶିକ୍ଷିକା ଓ ଛାତ୍ରଛାତ୍ରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

‘ମାନବ ସେବା ହିଁ ମାଧବ ସେବା’କୁ ଜୀବନର ବ୍ରତରୂପେ ଗ୍ରହଣ କରି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ମୁଖ୍ୟ ସେବକ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟକୁ ସାହାଯ୍ୟ କରି ପାରିଲେ ମଣିଷ ମଣିଷ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇବା ସହିତ ଦେଶର ଏକତା ଓ ସଦ୍ଭାବନା ବିରାଜମାନ ହେବ ବୋଲି ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଜେନା ପିଲାମାନଙ୍କୁ ଉପଦେଶ ଦେଇଥିଲେ । ସ୍କାଉଟ୍ ମାଷ୍ଟର ମିହିର କୁମାର ଜେନା ଧନ୍ୟବାଦ ଦେଇଥିଲେ ।