ମୃତ ମହିଳାଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ

ବରୀ (ତନଗିରି ନ୍ୟୁଜ) : ବରୀ ବ୍ଲକ ବୋଦୁଅ ପଂଚାୟତ କନ୍ତିଆ ଗ୍ରାମର ସୌଦାମିନୀ ମହଲଙ୍କୁ ଖରସ୍ରୋତା ନଦୀରେ କୁମ୍ଭୀର ଟାଣିନେବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।ଖବର ପାଇ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ତାଙ୍କ ବାସଭବନରେ ପହଁଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଏହି ଗ୍ରାମ ନିକଟରେ ଥିବା ନଦୀ ଘାଟକୁ ସ୍ନାନ ଓ ଶୌଚ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ପାଇଁ ନଦୀ ଉପରେ ନିର୍ଭରଶୀଳ। ଗତ ଏକ ମାସ ପୂର୍ବରୁ କୁମ୍ଭୀର ଏକ ଗାଈକୁ ଟାଣିନେବା ଏବଂ ପୁନଶ୍ଚ ଜଣେ ମହିଳାଙ୍କୁ ଟାଣି ନେଇ ମାରିଦେବା ଯୋଗୁଁ ସ୍ଥାନୀୟ ଲୋକମାନେ ନଦୀକୁ ଯିବାକୁ ଭୟ କରୁଛନ୍ତି।ତେଣୁ ନଦୀ ଛନ୍ଦା ନିକଟରେ ସରକାରଙ୍କ ତରଫରୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ନିରାପତ୍ତା ବଳୟ ନିର୍ମାଣ କରାଯିବାକୁ ସ୍ଥାନୀୟ ଲୋକମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବିଧାୟକ ଶ୍ରୀ ମଲ୍ଲିକ ଜିଲ୍ଲାପାଳଙ୍କ ସହିତ ଫୋନ ଯୋଗେ ଆଲୋଚନା କରିବା ପରେ ଖୁବ ଶୀଘ୍ର ଲୋକମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ନିରାପତ୍ତା ବଳୟ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ବିଧାୟକଙ୍କ ଗ୍ରସ୍ତ ସମୟରେ ଉପଦକ୍ଷା ଅର୍ଚନା ମଲ୍ଲିକ,ବ୍ଲକ ବିଜେଡ଼ି ସଭାପତି କେଦାର ସାମଲ,ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ଦିଲୀପ ମହାନ୍ତି,ବୁଲୁ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *