ଲେଖକଟିଏ ଯୁଦ୍ଧ ଗ୍ରସ୍ତ ଦେଶରେ ଶାନ୍ତି ଫେରାଇ ଆଣେ

ପାଣିକୋଇଲି(ରତ୍ନଗିରି ନ୍ୟୁଜ) :- ସବୁ ସମୟରେ ଲେଖକଟିଏ ଯୁଦ୍ଧ ଗ୍ରସ୍ତ ଦେଶରେ ଶାନ୍ତି ଫେରାଇ ଆଣିବା କ୍ଷେତ୍ରରେ ସମର୍ଥ ହୋଇଥାଏ । ସେଥିପାଇଁ ଅସ୍ତ୍ରଠାରୁ କଲମ ବଳବାନ ବିବେଚନା କରାଯାଇଆସୁଛି ବୋଲି ଚାହାଣି ପତ୍ରିକାର ରୌପ୍ୟଜୟନ୍ତୀ ସାହିତ୍ୟ ସମାରୋହ ୨୦୨୫ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି । କୋରେଇ ବ୍ଲକ୍ ମୁଳାପାଳସ୍ଥିତ ଲିଙ୍ଗେଶ୍ୱର ବିହାର ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ସାରସ୍ୱତ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଅନନ୍ତ ଚରଣ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଉଦ୍‌ଘାଟକ ଭାବେ ବିଶିଷ୍ଟ ଲେଖକ ତଥା ଶ୍ରମିକ ନେତା ମାୟାଧର ନାୟକ ଉଦ୍‌ଘାଟନ କରିଥିବାବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡକ୍ଟର ରାଜକିଶୋର ପାଢୀ ମୁଖ୍ୟଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ମୁଖ୍ୟବକ୍ତା, ଗୋକର୍ଣ୍ଣିକାର ସମ୍ପାଦକ ଡକ୍ଟର ରମାକାନ୍ତ ଜେନା, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ମାଝି, ଗୀତିକାର ବୃନ୍ଦାବନ ସାହୁ, ଲିଙ୍ଗେଶ୍ୱର କମିଟି ସମ୍ପାଦକ ଦୈତାରୀ ଧଳ ଓ ଶିକ୍ଷାବିତ୍ ବ୍ରଜ କିଶୋର ଦାଶ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସମାଜରେ ପରିବର୍ତ୍ତନ ହିଁ ସାହିତ୍ୟ ଦ୍ୱାରା ସମ୍ଭବ ବୋଲି ମତବ୍ୟକ୍ତି କରିଥିଲେ ।


ଏହି ଅବସରରେ ଅତିଥିମାନେ ଚାହାଣି ପତ୍ରିକାର ପୂଜା ସଂଖ୍ୟା ଏବଂ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତିଙ୍କ ପ୍ରବନ୍ଧ ପୁସ୍ତକ କଥାରେ କଥାରେକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଚାହାଣିର ସମ୍ପାଦକ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତି ବିବରଣୀ ପାଠ କରିଥିଲେ । ବିଶିଷ୍ଟ ଗାଳ୍ପିକ ସଚ୍ଚିଦାନନ୍ଦ କର, ଶିଶୁ ସାହିତ୍ୟିକ ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ଚାହାଣି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବରିଷ୍ଠ ସାମ୍ବାଦିକ ପ୍ରଦିପ କୁମାର ଦାସ, ମାନସ ରଂଜନ ଧଳ ଓ ଡାକ୍ତର ନିର୍ମଳେନ୍ଦୁ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଅଧିବେଶନରେ ପ୍ରାଧ୍ୟାପକ ଦାମୋଦର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପଠୋତ୍ସବରେ ବହୁ କବି ସେମାନଙ୍କ କବିତା ପାଠ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଅତିଥି ଭାବେର ଡକ୍ଟର ସଚ୍ଚିଦାନନ୍ଦ କର, ମୁଖ୍ୟବକ୍ତା ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ, ବୃନ୍ଦାବନ ସାହୁ, ଦିଲ୍ଲିପ କୁମାର ଧଳ, ବନମାଳୀ ଦାସ ପ୍ରମୁଖ ଯୋଗ ଦେଇଥିବାବେଳେ କବିତାଗୁଡିକୁ ବଟକୃଷ୍ଣ ସ୍ୱାଇଁ ସଂଯୋଜନା କରିଥିଲେ । ମଞ୍ଚ ପରିଚାଳନା ରିସିକା ପଣ୍ଡା ଓ ସାଇ ଶଙ୍କର ବାରିକ କରିଥିବାବେଳେ ଅଧ୍ୟାପିକା ସାଗରିକା ରଥ, ଅଧ୍ୟାପକ ରମାକାନ୍ତ ବରାଳ, ଗଣେଶ୍ୱର ବେହେରା ମାନପତ୍ର ପାଠ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *