ବରୀ(ରତ୍ନଗିରି ନ୍ୟୁଜ) : ବରୀ ରାମଚନ୍ଦ୍ରପୁର ଥାନା ସେରପୁର ଗ୍ରାମର ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର ବ୍ରାହ୍ମଣୀ ନଦୀକୁ ସୋମବାର ସନ୍ଧ୍ୟାରେ ଶୌଚହେବାକୁ ଯାଇଥୂବାବେଳେ ଗୋଡ଼ ଖସିଯିବାରୁ ଜଣେ ଭାସିଯାଇଛନ୍ତି। ସେ ହେଲେ ସର୍ବେଶ୍ଵର ଧଳଙ୍କ ପୁଅ ସାହିଲ ଧଳ(୧୫)। ସାହିଲଙ୍କ ସହ ଥିବା ତାଙ୍କ ସାଙ୍ଗ ରାଜା ବାରିକ ଉଦ୍ଧାର କରିବାକୁ ଯାଇ ବିଫଳ ହେବାରୁ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ବହୁ ଖୋଜାଖୋଜି କରିବା ପରେ ସାହିଲଙ୍କୁ ନ ପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ରାତି ହୋଇଯିବାରୁ ଅଗ୍ନିଶମ ବାହିନୀ କର୍ମଚାରୀ ଫେରିଯାଇଛନ୍ତି। ଆଜି ସକାଳୁ ଛାତ୍ରର ମୁତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରିଛନ୍ତି



