ବରୀ,୬।୯(ରତ୍ନଗିରି ନ୍ୟୁଜ ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଧାରପୁର ପଞ୍ଚାୟତର ନାଥପୁର ଗ୍ରାମରେ ଥିବା ବହୁ ପ୍ରାଚିନ ଭାଗବତ ଗୋଷାଇଁଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ନୂତନ ବିଗ୍ରହଙ୍କୁ ସୁସଜ୍ଜିତ ବିମାନରେ ବସାଇ ଗ୍ରାମ୍ୟ ପରିକ୍ରମା କରା ଯାଇଥିଲା। ଶହ ଶହ ସଂଖ୍ୟାର ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ନାମ ସଙ୍କୀର୍ତ୍ତନ, ହରିବୋଲ ହୁଳ ହୁଳି ପକାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭାଗବତ ଗୋସାଇଁଙ୍କ ବିଗ୍ରହକୁ ମନ୍ଦିର ପର୍ଯ୍ୟନ୍ତ ଆଣିଥିଲେ। ପରେ ପୂଜାର୍ଚ୍ଚନା କରାଯାଇ ନୂତନ ବିଗ୍ରହଙ୍କୁ ମନ୍ଦୀର ପ୍ରବେଶ କରା ଯାଇଥିଲା।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ବୁଲୁ ଯାଦବ, ହିମାଂଶୁ ଦାଶ ପ୍ରମୁଖ ଯୋଗଦେଇ ବିଗ୍ରହଙ୍କ ଆଶ୍ରିବାଦ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶ୍ୟାମ ସୁନ୍ଦର ଜେନା, ବନମାଳି ଜେନା, ବିପିନ ବିହାରୀ ଜେନା, କୁଞ୍ଜ ବିହାରି ଜେନା, ପ୍ରହଲ୍ଲାଦ ଜେନା, ଶଶିଭୂଷଣ ଜେନାଙ୍କ ସହ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।




