ପରକ୍ରାୟା ପ୍ରୀତିରୁ ମହାଭାରତ

ଜଟଣୀ(ରତ୍ନଗିରି ନ୍ୟୁଜ) “ଆମ ଓଡ଼ିଶା ଖବର” ଜଟଣୀ ମୁଖ୍ଯ ରାସ୍ତାର ମୋ ଜଟଣୀ ପୋଷ୍ଟ ଅଫିସ ଛକ। ଜଟଣୀ ଥାନା ନିକଟ, ମାତ୍ର ୧୦୦ ମିଟର ଦୁରତ୍ଵରେ ଘଟଣାଟି ଘଟିଛି। ପ୍ରେମ କାହାଣୀ, ପରକ୍ରିୟା ପ୍ରୀତିରୁ ମହାଭାରତ। ମହଙ୍ଗା ପଡିଲା ପରକୀୟା ପ୍ରୀତି। ବିଚ୍‌ ରାସ୍ତାରେ ସ୍ତ୍ରୀର ପ୍ରେମିକା ଚନ୍ଦନକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସୁସାନ୍ତ ନାୟକ ପ୍ରକୃତ ସ୍ୱାମୀ। ନିଜକୁ ବଞ୍ଚାଇବା ପାଇଁ ଥାନାକୁ ଦୌଡିଥିଲା ଚନ୍ଦନ, ହେଲେ ଉତ୍ଯକ୍ତ ସ୍ୱାମି ଥାନା ସମ୍ମୁଖରେ ମରଣାତ୍ମକ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜଟଣୀ ମେଡ଼ିକାଲ ନିଆଯାଇଥିଲା, ଗୁରୁତର ଅବସ୍ଥା ଦେଖି ସେଠାରୁ ନିଆଯାଇ ଭୁବନେଶ୍ୱର ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ନାୟକ, ଅଭିଯୁକ୍ତ ଯୁବକ ସୁସାନ୍ତ ନାୟକର ସ୍ତ୍ରୀକୁ ନିଜ ଅକ୍ତିଆର ଦିର୍ଘ ଦିନରୁ ରଖି ଆସିଛି। ଅଭିଯୁକ୍ତ ବାରମ୍ବାର ଚେଷ୍ଟା କରି ବଫଳ ହେବାରୁ ଉତ୍ଯକ୍ତ ହୋଇ ନିଜର ଭାରସାମ୍ଯ ହରାଇ ଚନ୍ଦନ ନାୟକକୁ ନିଜ ରାସ୍ତାରୁ ହଟାଇବାକୁ ଚେଷ୍ଟାକଲା। ଯେଉଁଥିରେ ଯୁବକ ଚନ୍ଦନ ନାୟକ ଗୁରୁତର ହୋଇଛି। ଆକ୍ରମଣରେ ଚନ୍ଦନ ନାଏକଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି। ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ସୁଶାନ୍ତ ନାୟକଙ୍କୁ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଅସ୍ତ୍ର ଜବତ କରିଛି ଜଟଣୀ ଥାନା ପୋଲିସ। ଅଭିଯୁକ୍ତ ସୁଶାନ୍ତ ନାୟକର ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ନୂଆଗାଁର ରଙ୍ଗାମାଟିଆର ବୋଲି ସୂଚନା ମିଳିଛି I ଅଧିକ ତଦନ୍ତ ଅବ୍ୟାହତ ରିହିଛି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *