ବରୀ,(ରତ୍ନଗିରି ନ୍ୟୁଜ ): ବରୀ ବ୍ଲକ ଅନ୍ତର୍ଗତ ବାଲିଆ, ନାଥପୁର, ଇଶାଣପୁର ଅଞ୍ଚଳରେ ଏକ ମାଙ୍କଡ଼ ଏକାଧିକ ଲୋକଙ୍କୁ ଆକ୍ରମଣ କରି ଥିବା ଜଣାପଡ଼ିଛି । ଗତ କିଛି ଦିନ ମଧ୍ୟରେ ମାଙ୍କଡ଼ କାମୁଡ଼ାରେ ୧୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଦେବସ୍ମିତା ଦାସ, ତାରା ଦାସ, ପ୍ରୀତି ମଲ୍ଲିକ, ଏବଂ ସ୍ନେହଲତା କରଙ୍କ ଭଳି ଅନେକ ବ୍ୟକ୍ତି ମାଙ୍କଡ଼ ଆକ୍ରମଣର ଶିକାର ହୋଇଛନ୍ତି। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏବଂ ସ୍ଥାନୀୟ ଲୋକମାନେ ବନ ବିଭାଗ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ବନ ବିଭାଗର ଏହି ନିଷ୍କ୍ରିୟତା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ଏବେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ଛୋଟ ପିଲା ଓ ବୃଦ୍ଧବୃଦ୍ଧାମାନେ ସବୁଠାରୁ ଅଧିକ ଅସୁରକ୍ଷିତ ମଣୁଛନ୍ତି | ଯଦି ତୁରନ୍ତ ଏହି ହିଂସ୍ର ମାଙ୍କଡ଼ଟିକୁ ଧରା ନଯାଏ, ତେବେ ଆଗାମୀ ଦିନରେ ପରିସ୍ଥିତି ଅତି ଭୟଙ୍କର ହେବାର ଆଶଙ୍କା ରହିଛି। ସ୍ଥାନୀୟ ଜନସାଧାରଣ ଏବେ ଶୀଘ୍ର ପ୍ରଶାସନିକ ହସ୍ତକ୍ଷେପ ଓ
ସୁରକ୍ଷା ଦାବି କରୁଛନ୍ତି।



