ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ

ବାଲିଗୁଡା, (ରତ୍ନଗିରି ନ୍ୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି। ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଦାଣ୍ଡାଶାସି ଅଞ୍ଚଳ ର ଲୋକନାଥ ରାଉତ (୩୪) ଏବଂ ଦେବ ପ୍ରସାଦ ସ୍ୱାଇଁ (୩୭) ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଚଢାଉ ସମୟରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ନଂ.ଓଡି -୦୨-ବିଏଫ- ୦୨୫୮ କୁ ମଧ୍ୟ ଜବତ କରାଯାଇଛି। ଏ ନେଇ ବାଲିଗୁଡା ଥାନାରେ କେସ ନଂ. ୧୧୫/୨୬ ରେ ଏନଡିପିଏସ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *