ସରସ୍ଵତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଦଶରଥପୁର (ରତ୍ନଗିରି ନ୍ୟୁଜ) ଦଶରଥପୁର ବ୍ଲକ୍ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ଏପ୍ରିଲ୍ ୬ ତାରିଖ ଦିନ ପୂର୍ବାହ୍ନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସଭାକୁ ଯାଜପୁରର ମାନନୀୟା ବିଧାୟିକା ଶ୍ରୀମତୀ ସୁଜାତା ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କଲାପରେ ଉକ୍ତ ସଭାରେ ବରିଷ୍ଠ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର କର ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଦୀନବନ୍ଧୁ ନାୟକ ସଭା ପରିଚାଳନା କରିଥିଲେ । ପୂର୍ଣ୍ଣଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ ଯୋଗ ପିଲାମାନଙ୍କୁ ସଂସ୍କାରୀ କରି ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ ତତ୍ ସହିତ ପ୍ଲାଷ୍ଟିକ୍ ବର୍ଜ୍ଜନ କରିବାକୁ ପରାମର୍ଶ ଦେଇଥିଲେ।ପରିଚାଳନା ସମିତି ସଭ୍ୟା ସ୍ମିତାରାଣୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବହୁ ଉପାଦେୟ କଥା କହିଥିଲେ ।ସରୋଜ କୁମାର ମହାପାତ୍ର,ବ୍ରହ୍ମାନନ୍ଦ ସାମଲ , ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସଙ୍କ ସମେତ ବହୁ ଅଭିଭାବକ, ଶିକ୍ଷାବିତ୍,ସମାଜସେବୀ, ଉପସ୍ଥିତ ଥିଲେ। ଇତିଶ୍ରୀ ଗୁରୁମା ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।ପ୍ରାରମ୍ଭରେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ, ବନ୍ଦନା ,ସ୍ବାଗତ ସଙ୍ଗୀତ, ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ “ବନ୍ଦେ ମାତରମ୍” ଗୀତ ଗାନ କରିଥିଲେ। କୋଷାଧ୍ୟକ୍ଷ ପ୍ରଦୀପ କୁମାର ନାଥ,ଗୁରୁଜୀ ଅନନ୍ତ ଚରଣ ପୋଥାଳ (ଆଚାର୍ଯ୍ୟ ପ୍ରତିନିଧି), ଗୁରୁମା ମିନାକ୍ଷୀ ଦାଶ, ପ୍ରେମଲତା ସେଠୀ,ପ୍ରଜସ୍ଵିନୀ ଦେବତା,ଇତିଶ୍ରୀ ଗୋସ୍ୱାମୀ, ଶର୍ମିଳା ନାଥ, ବୈଜୟନ୍ତୀ ସାହୁ, ଗୀତାରାଣୀ ପଣ୍ଡା, ସଂତୋଷୀ ମହାଳିକ, ଦେବସ୍ମିତା ପଲାଇ, ଅର୍ପିତା ସାହୁ,ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *