ପ୍ରଥମ ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମେଳନ

ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ): ପ୍ରଥମ ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମେଳନ ୨୦୨୬ ନିଖିଳ ଉତ୍କଳ ପରଶମଣି ଶିଶୁ ସାହିତ୍ୟ ସଂଗଠନ ଭୁବନେଶ୍ୱର ପକ୍ଷରୁ ଜୟଦେବ ଶିକ୍ଷା କେନ୍ଦ୍ର ପଟିଆ, ଭୁବନେଶ୍ୱର ପରିସରରେ ରବିବାର ସକାଳେ ବିଶିଷ୍ଟ ଶିଶୁ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୟଦେବ ଶିକ୍ଷା କେନ୍ଦ୍ରର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ l ଅଧିବେଶନ ସମ୍ପର୍କରେ ଅନୁଷ୍ଠାନର ସଭାପତି ଡ଼କ୍ଟର ରାମଚନ୍ଦ୍ର ଦେଓ ନିଜର ବକ୍ତବ୍ୟ ରଖିଥିଲେ l ଅକାଳରେ ହଜି ଯାଉଥିବା ପତ୍ରିକାର ପୁନଃରୁଦ୍ଧାର କରିବା ଓ ପାଠକୀୟ ଶ୍ରଦ୍ଧା ବୃଦ୍ଧି କରିବା ସହ ସମ୍ପାଦକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଦିଗରେ ସରକାରଙ୍କ ଉପରେ ଚାପ ପକେଇବା ପାଇଁ ଏ ଅନୁଷ୍ଠାନର ଲକ୍ଷ ବୋଲି କହିଥିଲେ l

ସମ୍ପ୍ରତି ଶିଶୁ ପତ୍ରିକା ସମ୍ପାଦନା ଏକ କଷ୍ଟ ସାଧ୍ୟ ବ୍ୟାପାର, ପତ୍ରିକା ପାଠକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ କମି କମି ଯାଉଛି ବୋଲି ସଂସାରର ସମ୍ପାଦିକା ଅନସୂୟା ନନ୍ଦ କହିଥିଲେ l ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିଶୁ ସାହିତ୍ୟ ଗବେଷକ ଡ଼କ୍ଟର ମନୀନ୍ଦ୍ର ମହାନ୍ତି ଯୋଗଦେଇ କହିଲେ ଯେ, ଯେଉଁମାନେ ଦିନେ ଶିଶୁ ସାହିତ୍ୟ ଓ ଶିଶୁ ସାହିତ୍ୟିକଙ୍କୁ ଅଣଦେଖା କରୁଥିଲେ ସେମାନେ ଆଜି ଦେଖିଥିଲେ ଜାଣି ଥାନ୍ତେ ଶିଶୁ ସାହିତ୍ୟିକମାନଙ୍କ ଶକ୍ତି କେତେ ଉର୍ଦ୍ଧରେ l

ମୁଖ୍ୟ ଅତିଥି ଭାବେ ଡ଼କ୍ଟର ମହେଶ୍ୱର ମହାନ୍ତି ଯୋଗ ଦେଇ କହିଲେ ଯେ ସମ୍ପାଦକମାନଙ୍କ ସମ୍ମିଳନୀ ରାଜ୍ୟରେ ଏକ ବିରଳ ଓ ବିସ୍ମୟ କାର୍ଯ୍ୟକ୍ରମ l ଏହାର ଆବଶ୍ୟକତା ଅନେକ ଦିନରୁ ରହିଥିଲା ବୋଲି କହିଥିଲେ l ଅନୁଷ୍ଠାନ ପକ୍ଷରୁ ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଂଗଠନର ସମ୍ପାଦକ ସୁଶାନ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ବେଳେ ଶୁଭଶ୍ରୀ ଶୁଚିସ୍ମିତା ପ୍ରଧାନ, ଏସ. ବି, ଶ୍ରେୟାନସି ଓ ଶିବାଙ୍ଗି ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *