ବରୀ(ରତ୍ନଗିରି ନ୍ୟୁଜ): ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତ ର ଭଳିନୂଆଗାଁ ର ସଂଗଠନ ପ୍ରେମୀ,ଜଗା ଶିଶୁ ସାହିତ୍ୟ ସଂସଦ ର ସଭ୍ୟ, ଘରୋଇ ହୋମିଓପ୍ୟାଥିକ୍ ଚିକିତ୍ସକ ସଂଘ(ପି. ଏଚ୍.ପି.ଏ) ର ପ୍ରତିଷ୍ଠାତା ସଭ୍ୟ ହୋମିଓପ୍ୟାଥିକ୍ ଚିକିତ୍ସକ ଡଃ ଗୁରୁଚରଣ ସାହୁ ଙ୍କର ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି।ଶିଶୁ ସାହିତ୍ୟିକ ସାମ୍ବାଦିକ ଡ଼ ଅଜୟ କୁମାର ଜେନା ସଭାପତିତ୍ବ ରେ ପ୍ରଥମେ ଦିବଂଗତ ଆତ୍ମା ଙ୍କ ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା ଓ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯାଜପୁର ବିଶ୍ଵ ହିନ୍ଦୁ ପରିଷଦ ର ସମରସତ୍ତା ପ୍ରମୁଖ ଚିତ୍ତ ରଞ୍ଜନ ପରିଡ଼ା,ରମେଶ ଚନ୍ଦ୍ର ନାୟକ,ଦୋଳ ଗୋବିନ୍ଦ ଦାସ, ସୁରେଶ୍ ଚନ୍ଦ୍ର ପରିଡ଼ା,ସୁଜିତ୍ କୁମାର ସାହୁ,ବିଜୟ ବେହେରା,ନରୋତ୍ତମ ସାହୁ, ସୁଷ୍ମନ୍ତ୍ ଦାସ,ପ୍ରଭାତ କୁମାର ସାହୁ,କାର୍ତ୍ତିକ ଚନ୍ଦ୍ର ଦାସ, ଅର୍ଜୁନ ଚନ୍ଦ୍ର ମହାନ୍ତି, ସୁବ୍ରତ କୁମାର ନାୟକ, ବ୍ରଜ କିଶୋର ଧଳ, ପି.ଏଚ୍.ପି ମୁଖ୍ୟ ଉପଦେଷ୍ଟା ନିହାର ରଞ୍ଜନ ବିଶ୍ଵାଳ, ଡଃ ଅଶୋକ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ସାହୁ ଙ୍କ ପରୋପକାର, ସମୟାନୁବର୍ତ୍ତିତା, ସେବା ପରାୟଣତା,ଆଧ୍ୟାତ୍ମିକତା ଏବଂ ଦୃଢ଼ ସଂଗଠକ ହିସାବରେ ସାଂଗଠାନିକ ଗୁଣ ବିଷୟରେ ସ୍ମୃତିଚାରଣ କରିଥିଲେ । ପୁତ୍ର ରଶ୍ମି ରଞ୍ଜନ ସାହୁ, ଜ୍ୟୋତି ରଞ୍ଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



