ନାରାୟଣ ଚନ୍ଦ୍ର ମଲ୍ଲିକ ସ୍ମୃତି ସଂସଦ ପକ୍ଷରୁ କବିତା ପାଠ

ଯାଜପୁର (ରତ୍ନଗିରି ନ୍ୟୁଜ) : ନାରାୟଣ ଚନ୍ଦ୍ର ମଲ୍ଲିକ ସ୍ମୃତି ସଂସଦ, କଟିକଟା ପକ୍ଷରୁ ଅନୁଷ୍ଠାନର ବାର୍ଷିକ ସମାରୋହ, ବସନ୍ତ ମିଳନ, ଆଲୋଚନା ଚକ୍ର, କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଯାଜପୁର ଆଇ.ଟି.ଆଇ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ସାହିତ୍ୟିକ ଡ଼କ୍ଟର ସତ୍ୟ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠରେ ଉଦଘାଟକ ଭାବେ ଯୋଗ ଦେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ତଥା ସାହିତ୍ୟିକ ଡାକ୍ତର ରାଜ କିଶୋର ପଣ୍ଡା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ବରଣ୍ୟ ଅତିଥି ଭାବେ ବିଷ୍ଣୁ ଚରଣ ସାହାଣୀ ଯୋଗ ଦେଇଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅନୁଷ୍ଠାନର ସମ୍ପାଦକ ପ୍ରଭାତ କୁମାର ମଲ୍ଲିକ ପ୍ରଦାନ କରିଥିଲେ l

କବି ଜିତେନ୍ଦ୍ର କୁମାର ବେହେରା, ଅମ୍ରିତା ସିଂହ ଓ ବନସ୍ମିତା ପଣ୍ଡା ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିବା ବେଳେ ସନ୍ତୋଷ କୁମାର ବେଉରିଆ ବେଦପାଠ କରିଥିବା ବେଳେ l କବି ଚନ୍ଦ୍ରଶେଖର ସାହୁ, ଶିଶିର କୁମାର ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ବନିତା ବେହେରା, ସୁରେନ୍ଦ୍ର କୁମାର ସାହୁ, ବନସ୍ମିତା ପଣ୍ଡା, ଅମ୍ରିତା ସିଂହ, ସଂଗ୍ରାମ କୁମାର ସାହୁ, ସୁଦର୍ଶନ ସାହୁ, ଡାକ୍ତର ରାଜ କିଶୋର ପଣ୍ଡା, ରଂଜିତା ଦାସ, ସନ୍ତୋଷ କୁମାର ବେଉରିଆ, ବିଷ୍ଣୁ ଚରଣ ସାହାଣୀ, ମଣ୍ଟୁ ବଳବନ୍ତରାୟ, ଅମ୍ବିକା ପ୍ରସାଦ ସାମଲ, ନିରଞ୍ଜନ ପତି, ରମାକାନ୍ତ ନାୟକ, ମନୋଜ କୁମାର ରାୟ, ମଧୁଲିତା ସାହୁ, ଖଗେଶ୍ୱର ସାହୁ, ଜିତେନ୍ଦ୍ର କୁମାର ବେହେରା, ଭାରତ ଭୂଷଣ, ଡ଼କ୍ଟର ଅଜୟ କୁମାର ଜେନା, ପ୍ରଭାତ କୁମାର ମଲ୍ଲିକ, ସୁବ୍ରତ ମଲ୍ଲିକ, ଶିଶିର ପଣ୍ଡା, ସରସ୍ବତୀ ପଣ୍ଡା, ଅଜିତ କୁମାର ରଣା, ଭାରତୀ ସାହୁ, ରଞ୍ଜନ କୁମାର ମଲ୍ଲିକ,ନିତ୍ୟାନନ୍ଦ ମହାନ୍ତି, ମଧୁଲିତା ଦାଶ, ଯଯାତି ସାହୁ, ବାଇଧର ମାଝୀ, ଅକ୍ଷୟ କୁମାର ବାରିକ, ମନୋଜ କୁମାର ନାଥ, ପ୍ରଦୀପ୍ତ କୁମାର ଦାସ, ନାରାୟଣ ଚନ୍ଦ୍ର ମହାଳିକ ପ୍ରମୁଖ ସେମାନଙ୍କ କବିତା ପାଠ କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *