କବି ଜିତେନ୍ଦ୍ର କୁମାର ବେହେରାଙ୍କ ‘ଅଲୋଡ଼ା ଈଶ୍ୱର’ କବିତା ସଂକଳନ ଉନ୍ମୋଚନ

ବିଂଝାରପୁର (ରତ୍ନଗିରି ନ୍ୟୁଜ ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଡିଆଟିକିରୀ ଠାରେ କବି ଜିତେନ୍ଦ୍ର କୁମାର ବେହେରାଙ୍କ ରଚିତ ଅଲୋଡ଼ା ଈଶ୍ୱର’ କବିତା ସଂକଳନର ଲୋକାର୍ପଣ ଉତ୍ସବ ଗୀତିକବି ଡ଼କ୍ଟର ଅନିଲ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l

ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଳା ଲେଖକ ସମ୍ମିଳନୀର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁ, ଅବସରପ୍ରାପ୍ତ ଅଧ୍ୟକ୍ଷ କବି ଡ଼କ୍ଟର ଶିବ ଚରଣ ମାଝୀ, ବିଶିଷ୍ଟ କବି ବିଦ୍ୟୁତ ଲତା ଦାସ ପ୍ରମୁଖ ଯୋଗଦେଇ ୬୪ଟି କବିତାକୁ ନେଇ ଜିତେନ୍ଦ୍ର ବେହେରାଙ୍କ କବିତା ସଂକଳନ ଅଲୋଡ଼ା ଈଶ୍ୱର ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l କବି ଡ଼କ୍ଟର ନିତ୍ୟାନନ୍ଦ ମହାନ୍ତି କବିତା ପୁସ୍ତକଟିର ସମୀକ୍ଷା କରିଥିଲେ l କବି ଜିତେନ୍ଦ୍ର କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ପ୍ରଥମ ପର୍ଯ୍ୟାୟରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଡାକ୍ତର ରାଜ କିଶୋର ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ମାହାଙ୍ଗା ବଡ଼ଚଣା ସାହିତ୍ୟ ସଂସ୍କୃତି ମଞ୍ଚର ସଭାପତି ଭକ୍ତ ଚରଣ ସାହୁ ଯୋଗ ଦେଇ କହିଥିଲେ ଯେ ମନକୁ ଛୁଁ ଥିବା କବିତା ଲେଖା ଯାଉ, ଯାହା ପାଠକଟିଏ ବାରମ୍ବାର ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିବ l ସାହିତ୍ୟିକମାନେ ସେଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି କହିଥିଲେ l

ଶିଶୁ ସାହିତ୍ୟିକ ଡ଼କ୍ଟର ଅଜୟ କୁମାର ଜେନା, ଅଧ୍ୟାପକ ପ୍ରଦୀପ୍ତ ଦାସ, କବି ବନିତା ବେହେରା, ଖଗେଶ୍ୱର ସାହୁଙ୍କ ସଂଯୋଜନାରେ ନାରାୟଣ ମହାଳିକ, ରାମଚନ୍ଦ୍ର ଦାସ, ବିଦ୍ୟୁତ ଲତା ଦାସ, କବି ଅମ୍ରିତା ସିଂ, ମଣ୍ଟୁ ବଳବନ୍ତରାୟ, ସୁବାସ ଚନ୍ଦ୍ର ସାହାଣୀ, , ଅନିଲ କୁମାର ମହାନ୍ତି, ସୁଦର୍ଶନ ସାହୁ, ଚନ୍ଦ୍ର ଶେଖର ସାହୁ, ସୁସ୍ମିତା ଦାସଙ୍କ ସମେତ ୫୦ରୁ ଉର୍ଦ୍ଧ କବି ସେମାନଙ୍କ କବିତା ପାଠ କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *