ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବରୀ ସାହିତ୍ୟ ସଂସଦର ୩୩ ତମ ସଂଖ୍ୟା ଅନାବରଣ ଉତ୍ସବ ରବିବାର ଦିନ ରମାଦେବୀ ଗୋପବନ୍ଧୁ ଆଶ୍ରମ ପରିସରରେ ଅନୁଷ୍ଠିତ ହେlଇଥିଲା l ଅବସରପ୍ରାପ୍ତ ଅଧ୍ୟାପକ ତଥା ସାହିତ୍ୟକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଶିକ୍ଷାବିତ ଡ଼କ୍ଟର ନିତ୍ୟାନନ୍ଦ ମିଶ୍ର, ମୁଖ୍ୟଵକ୍ତା ପ୍ରଶାସନିକ ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମlନିତ ଅତିଥି ସମାଜସେବୀ ନିମାଇଁ ରାୟ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ବରୀ ମାଟିର ଅତ୍ୟହ ସମ୍ପର୍କରେ ପ୍ରକାଶ କରି ବରୀ ରୁ ଆରମ୍ଭ ହେlଇଥିବା ବରୀ ସାହିତ୍ୟ ସଂସଦ ସାହିତ୍ୟ କ୍ଷେତ୍ରରେ ବହୁ ଗୁରୁତ୍ୱ ପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ l

ଆଜିକା ସମାଜରେ ସାହିତ୍ୟ ପରିସର ବ୍ୟାପକ ହେବା ଦରକାର ଏଥିଲାଗି ସଂସଦର ଉଦ୍ୟମକୁ ଭୂଇ ଅଂଶୀ ପ୍ରଶଂସl କରିଥିଲେ l କବି ରୁଦ୍ରସାମଲ ସ୍ୱାଗତଭାଷଣ ଦେଇଥିଲେ ଏହି ଅବସରରେ ବରୀଶ୍ରୀର ୩୩ ତମ ମୁଖ ପତ୍ରିକାକୁ ଉନ୍ମୋଚନ କରିଥିଲେ l ସମ୍ପାଦକ ସୁମନ୍ତ କୁମାର ପଣ୍ଡା ବିବରଣୀ ପାଠ କରିଥିବା ବେଳେ ସମ୍ଭକାର ଅମୂଲ୍ୟ କୁମାର ପଣ୍ଡା ଧନ୍ୟବାଦ ଦେlଇଥିଲେ l ଏଥିରେ ଅଞ୍ଚଳର ବହୁ କବି, କବୟତ୍ରୀ, ସାହିତ୍ୟକ, ଶିକ୍ଷାବିତ ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କୁ ସାହିତ୍ୟ ସଂସଦର ସଭ୍ୟମାନେ ପରିଚାଳନା କରିଥିଲେ l



