ଯାଜପୁର (ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ସାହାସ ପୁର ଗ୍ରାମର ବେଶ ଜଣାଶୁଣା ପଣ୍ଡିତ ଧର୍ମଅଧିକାରୀ ସ୍ୱର୍ଗତ ଜଗବନ୍ଧୁ ପାଢ଼ୀ ଙ୍କ ଗୁରୁବାର ୧୨ଟା ୧୫ମିନିଟ ସମୟ ହୃତଘାତ ରେ ବିୟୋଗ ଘଟିଛି । ତାଙ୍କୁ ୭୯ବର୍ଷ ହୋଇଥିଲା । ଯାଜପୁର ଜିଲ୍ଲା ସାହାସ ପୁର ଗ୍ରାମରେ ଥିବା ଇଶାନେଶ୍ୱର ମନ୍ଦିର ନିକଟ ସ୍ମସାନ ଘାଟରେ ସ୍ୱର୍ଗତ ପଣ୍ଡିତ ଧର୍ମଅଧିକାରୀ ଜଗବନ୍ଧୁ ପାଢ଼ୀଙ୍କ ମର ଶରୀର କୁ ପଞ୍ଚଭୁତରେ ଲୀନ କରାଯାଇଛି । ମୁତ୍ୟୁ ବେଳକୁ ପୁଅ ବୋହୂ, ଝିଅ ଜ୍ଵଇଁ, ନାତୁନାତୁଣୀ ସମସ୍ତେ ଉପସ୍ଥିତ ଥିଲେ ।ବଡ଼ ପୁଅ ସମୀର କୁମାର ପାଢୀ ମୁଖାଗ୍ନି ଦେଇ ଥିଲେ । ସ୍ୱର୍ଗତ ଜଗବନ୍ଧୁ ପାଢ଼ୀ ଯାଜପୁର ଜିଲ୍ଲାର କରମାଣିକାଣ୍ଡରେ ପାରଦର୍ଶିତା ଲାଭ କରିଥିଲେ । ବ୍ରାହ୍ମଣ ପଣ୍ଡିତ ଭାବେ ବେଶ ସୁନାମ ଅର୍ଜନ କରିଥିଲେ ଏବଂ ଧର୍ମଅଧିକାରୀ ଭାବରେ ଧର୍ମ ସଭାରେ ସୁ ମାର୍ଗରେ ପରିଚାଳିତ ହେବା ପାଇଁ ଉପଦେଶ ଦେଉ ଥିଲେ ଓ ଲୋକଙ୍କୁ ପାପ ମୁକ୍ତ କରାଉ ଥିଲେ ।ଏଣୁ ସ୍ୱର୍ଗତ ଜଗବନ୍ଧୁ ପାଢ଼ୀ ମୁତ୍ଯୁ ଖବର ଶୁଣୀ ସମଗ୍ର ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ଶେଷ ଦର୍ଶନ ନିମନ୍ତେ ସ୍ୱର୍ଗତ ପାଢ଼ୀଙ୍କ ବାସଭବନରେ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏକ ଶୋଭା ଯାତ୍ରା ରେ ସ୍ୱର୍ଗତ ପାଢ଼ୀଙ୍କ ମର ଶରୀର କୁ କାନ୍ଧ ରେ ବୋହି ଗ୍ରାମ ଗ୍ରାମ ବୁଲିବା ପରେ ଇଶାନେଶ୍ୱର ମନ୍ଦିର ନିକଟ ସ୍ମସାନ ଘାଟରେ ସଂସ୍କାର କରାଯାଇ ଥିଲା ।



