ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ଭୂମିହୀନଙ୍କୁ ପଟ୍ଟା ବାଣ୍ଟିଲେ ଜିଲ୍ଲାପାଳ

ବରୀ(ରତ୍ନଗିରି ନ୍ୟୁଜ)- ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ବରୀ ଗ୍ରସ୍ତରେ ଆସି ଭୂମି ହୀନଙ୍କୁ ପଟ୍ଟା ବଣ୍ଟନ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ । ବରୀ ତହସିଲ କାର୍ଯ୍ୟାଳୟରେ ପହଂଚିବା ପରେ କିମ୍ଭିରିଆପାଳ ପଞ୍ଚାୟତ ମିଳିମିଳାପୁର ରାଜସ୍ୱ ଗ୍ରାମର ଭୂମିହୀନ ଥିବା ଚଂଚଳା ଦେଇ,ଅନପୂର୍ଣା ମଲ୍ଲିକ,ଲତା ମଲ୍ଲିକ,କେତକୀ ମଲ୍ଲିକ ଓ ରେଖା ମଲ୍ଲିକ ଙ୍କୁ ୪ ଡ଼ିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରି ସେମାନଙ୍କୁ କିପରି ଇନ୍ଦିରା ଆବାସ ଯୋଜନା ଓ ସରକାରଙ୍କ ଉନୟନ ମୂଳକ କାଯ୍ୟରେ ସାମିଲ ହେବେ ସେ ସମ୍ପକରେ ଅଧିକାରୀ ମାନକୁ କହିଥିଲେ I ପରେ ଜିଲ୍ଲାପାଳ ଓ ବରୀ ତହସିଲଦାର ଦୀପ୍ତିମୟୀ ବେହେରା କାଇପଡା ରାଜସ୍ୱ ନିରୀକ୍ଷକ ନ୍କ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟ ନିରୀକ୍ଷଣ କରିବା ପରେ ସ୍ଥାନୀୟ ଲୋକମାନେ ସେହି ଅଂଚଳରେ ଥିବା ବିଭିନ୍ନ ର ସମାଧାନ କ୍ଷେତ୍ରରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ।

ଏତଦବ୍ୟତୀତ ବରୀ ରାମଚନ୍ଦ୍ରପୁର ଥାନା ରେ ପହଞ୍ଚି ଥାନାଧିକାରିଣୀ ଜ୍ୟୋତିର୍ମୟୀ ସେଠି ଙ୍କ ସହ ବରୀ ଅଂଚଳର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିବା ସହ ବେଆଇନ କାର୍ଯ୍ୟ ରେ ଲିପ୍ତ ରହୁଥିବା ବ୍ୟକ୍ତି ଓ ଅସାମାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କଠୋର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।ବିଶେଷ କରି ୮୦ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନେ ସରକାରୀ ଘୋଷଣା ଅନୁଯାୟୀ ବାର୍ଦ୍ଧକ୍ୟ ଭତ୍ତା କମ ପାଉଥିବା ବ୍ୟକ୍ତି ସେମାନଙ୍କର ବର୍ଦ୍ଧିତ ଭତ୍ତା ପାଇବା କ୍ଷେତ୍ରରେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିବା ପରେ ଖୁବ ଶୀଘ୍ର ଏହି ଘଟଣାକୁ ଗୁରୁତ୍ୱ ଦିଆଯାଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସେମାନଙ୍କର ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *