ବରୀ (ରତ୍ନଗିରି ନ୍ୟୁଜ)ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ଅନ୍ତର୍ଗତ ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରୋଦ କୁମାର ଜେନା ଆନୁଷ୍ଠାନିକ ଭାବରେ ଏଡ୍ସ ଉପରେ ନିଜର ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ।ଏଥିରେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ତଥା ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀଗଣ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ପ୍ରବକ୍ତା ଭାବରେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ବିକାଶ ଚନ୍ଦ୍ର ସାହୁ ଯୋଗଦେଇ ଏଡ଼ସ୍ ର କାରଣ , ନିରାକରଣ ଓ ଏହାର ଭୟାବହ ପରିଣାମ ଉପରେ ପିଲାମାନଙ୍କୁ ସଚେତନ କରାଇଥିଲେ । ଅଧ୍ୟାପକ ଶୁଭ୍ରାଂଶୁ ଶେଖର ଷଡ଼ଙ୍ଗୀ, ଅଧ୍ୟାପିକା ସରୋଜିନି ପୃଷ୍ଟି ,ଅଧ୍ୟାପିକା ଶୃତି ପଟ୍ଟନାୟକ, ଅଧ୍ୟାପିକା ଈତିଶ୍ରୀ ଦାସ ଓ କର୍ମଚାରୀ ସୁକାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ସହଯୋେଗ କରିଥିଲେ । ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ ପ୍ରଦୀପ କୁମାର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ସମାଜବିଜ୍ଞାନର ଅଧ୍ୟାପିକା ମନ୍ଦାକିନ୍ ସାମନ୍ତରାଏ ଧନ୍ୟବାଦ ଅର୍ପଣ କରିଥିଲେ ।



