ସାହିତ୍ୟିକ ମଧୁସୂଦନ ସାହୁ ଏ ଅଞ୍ଚଳ ପାଇଁ ଗୌରବମୟ ବ୍ୟକ୍ତି ଥିଲେ

ବରୀ (ରତ୍ନଗିରି ନ୍ୟୁଜ): ବିଶିଷ୍ଟ ସାହିତ୍ୟିକ, ଯାଜିପୁର ଜ୍ୟୋତିର ସୁଯୋଗ୍ୟ ସଂପାଦକ ମଧୁସୂଦନ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ କବିଙ୍କ ଜନ୍ମ ସ୍ଥାନ ଯାଜପୁର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ରୁଦ୍ରପୁର ଗ୍ରାମରେ ଅନୁଷ୍ଟିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ବେଣୁଧର ପତିଙ୍କ ସଭାପତିତ୍ୱରେ ସ୍ୱର୍ଗତ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ସାହିତ୍ୟିକ କୁଞ୍ଜବିହାରୀ ଦାଶ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଆରତୀ ଦେଓ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଗଗନ ବିହାରୀ ଜେନା ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ସାହିତ୍ୟ ସାଧନା ପ୍ରତି ଥିବା ସମର୍ପଣ ଭାବ ସମ୍ପର୍କରେ ଆଲୋଚନା କରିଥିଲେ।

ସାହିତ୍ୟିକ ସ୍ୱର୍ଗତ ସାହୁ ରୁଦ୍ରପୁର ଭଳି ଗ୍ରାମରୁ ସାହିତ୍ୟ ସାଧନା କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସମ୍ବର୍ଦ୍ଧିତ ହେବା ସହ ଅଂଚଳର ନାଁକୁ ବିକଶିତ କରିବାରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଅତିଥିମାନଙ୍କ ଦ୍ୱାରା କବିଙ୍କର ଏକ ପ୍ରତିମୂର୍ତ୍ତୀକୁ ଅତିଥିମାନେ ଅନାବରଣ କରିଥିଲେ । ଏହି ଅବସରରେ ଆୟୋଜିତ କିବତା ପାଠୋତ୍ସବରେ କବି ବୈଦ୍ୟନାଥ ପଣ୍ଡା,ପର୍ଶୁରାମ ସାହୁ,ମଧୁସ୍ମିତା ଜେନା,ବିଜୟ ଦାସ,ଶରତ କୁମାର ଜେନା, ଡକ୍ଟର ଅଜୟ କୁମାର ଜେନା ପ୍ରମୁଖ କବିଙ୍କ ସ୍ମୃତିରେ କବିତା ପାଠ କରି ଥିବାବେଳେ ଦେବେନ୍ଦ୍ର ଦାସ, ସନ୍ଥ ସୁବୁଦ୍ଧି କୁମାର, ନିଗମା ନନ୍ଦ ଦାସ,ରାସ ବିହାରୀ ସାହୁ,ରବୀନ୍ଦ୍ର ନାଥ ସାହୁ,କାମାକ୍ଷା ପ୍ରସାଦ ସାହୁ, ରାଜ କୁମାର ଜେନା, ଆଲୋକ ସାହୁ,ନିବେଦିତା ଜେନା, ସୁପ୍ରିୟା ସାହୁ,ଦୀପକ କୁମାର ସାହୁ ପ୍ରମୁଖ ସ୍ୱର୍ଗତ ସାହୁଙ୍କ ଉଦ୍ଦେଶ୍ୟରେ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଶିଶୁ ସାହିତ୍ୟିକ ଡକ୍ଟର ଅଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସଂଧ୍ୟାରେ କଳାକାରମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *